ରାଜ୍ୟରେ ତିନି ପ୍ରକାର ଚୁକ୍ତିଭିତ୍ତିକ ନିୟମକୁ ନେଇ ଚୁକ୍ତିଭିତିକ କର୍ମଚାରୀଙ୍କ ମନରେ ଅସନ୍ତୋଷର ନିଆଁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ପକ୍ଷରୁ ଅଗଷ୍ଟ ୧୬ ତାରିଖରୁ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ଦ୍ୱାରା କଳାବ୍ୟାଚ ପରିଧାନ ସହିତ ଶାନ୍ତିପୂର୍ଣ ଭାବେ ନିଜର ଯଥୋଚିତ ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରାଯାଉଅଛି। ଉକ୍ତ ବିକ୍ଷୋଭ ପ୍ରଦର୍ଶନରେ ଓଡିଶା ସରକାରଙ୍କ ସମସ୍ତ ବିଭାଗରେ କାର୍ଯ୍ୟରତ କର୍ମଚାରୀ ମାନେ ପ୍ରତେକ ଜିଲ୍ଲା, ବ୍ଲକ ସ୍ତରରେ ଅବସ୍ଥାପିତ ମୁଖ୍ୟ ଦପ୍ତର ଠାରୁ ଆରମ୍ଭ କରି ଭୁବନେଶ୍ୱର ବିଭାଗୀୟ ମୁଖ୍ୟ କାର୍ଯ୍ୟଳୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ କଳା ବ୍ୟାଚ୍ ପରିଧାନ ସହ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହେଇ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ଉଚ୍ଛେଦ ଏବଂ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟକୁ ମୂଳ ଚାକିରୀରେ ଯୋଗ ଆଦି ୨ଟି ମୁଖ୍ୟ ଦାବି ନେଇ କଳା ବ୍ୟାଚ୍ ପରିଧାନ ଏବଂ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତେକ ଜିଲ୍ଲା ଜିଲ୍ଲପାଳ ମାନଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଉଅଛି । ନିୟମିତ ଚାକିରୀ ଭଳି ରାଜ୍ୟସରକାର ଗ୍ରୁପ ବି ସି ଏବଂ ଡି କର୍ମଚାରୀ ମାନଙ୍କୁ ବିଭିନ୍ନ ସରକାରୀ ଚୟନକାରି ସଂସ୍ଥା ଦ୍ୱାରା ପରୀକ୍ଷାରେ ଉତୀର୍ଣ୍ଣ ହେଇ ମଧ୍ୟ ରାଜ୍ୟ ସରକାର ନିୟମିତ ନିଯୁକ୍ତି ବଦଳରେ ଚୁକ୍ତିଭିତ୍ତିକ /ପ୍ରାରମ୍ଭିକ ନିଯୁକ୍ତି କରୁଛନ୍ତି। ଚୁକ୍ତିଭିତ୍ତିକ ନିଯୁକ୍ତି କାଳରେ ପଦବୀର ମୂଳ ଦରମା, ମହଙ୍ଗା ଭତ୍ତା, ଘରଭଡା ଆଦି ସରକାରୀ ଅନୁସଙ୍ଗିକ ସୁବିଧା ମଧ୍ୟ ଦେଉନାହାନ୍ତି ତତସହିତ ୬ ବର୍ଷ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟକୁ ନିୟମିତ ନିଯୁକ୍ତିରେ ଗଣନା କରୁନାହାନ୍ତି ରାଜ୍ୟସରକାର । ନିଯୁକ୍ତି କ୍ଷେତ୍ରରେ ଅସଂଗତି ଯଥା ୩ପ୍ରକାର ନିଯୁକ୍ତି ନିୟମ (୧.ସଚିବାଳୟ କର୍ମଚାରୀ ଙ୍କୁ ନିୟମିତ ନିଯୁକ୍ତି, ୨. ଉଚ୍ଚନ୍ୟାଳୟ କର୍ମଚାରୀଙ୍କୁ ୩ ବର୍ଷୀୟା ଚୁକ୍ତିଭିତ୍ତିକ ନିଯୁକ୍ତି, ଏବଂରାଜ୍ୟର ଅନ୍ୟ କର୍ମଚାରୀ ୬ବର୍ଷ ଚୁକ୍ତିଭିତ୍ତିକ ନିଯୁକ୍ତି ) ରାଜ୍ୟରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ମନରେ ଅସନ୍ତୋଷର ନିଆଁ ଜନ୍ମାଇଛି। ରାଜ୍ୟ ସରକାର ଏକ ସରକାରୀ ବିଜ୍ଞାପ୍ତି ତା୧୭.୦୧.୨୦୧୪ରିଖରେ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ପ୍ରଣୟନ କଲେ। ଯେଉଁଥିରେ କି ଲେଖାଥିଲା ସରକାରଙ୍କ ଅଧିନସ୍ଥ ସମସ୍ତ ଗ୍ରୁପ ବି ସି ଏବଂ ଡି ଶ୍ରେଣୀର କର୍ମଚାରୀ ଚୁକ୍ତିଭିତ୍ତିକ ନିଯୁକ୍ତି ହେବେ ଏବଂ ସେମାନେ( ବେସିକ +ଗ୍ରେଡ଼ପେ )ପାଇବେ। ଏହା ଭାରତୀୟ ସାମ୍ବିଧାନିକ ନିୟମ ୩୦୯ କୁ ଭଙ୍ଗ କରୁଛି। ଉକ୍ତ ନିୟମର ମାସେ ନପୁରୁଣୁ ଅର୍ଥାତ ତା ୧୫.୦୨.୨୦୧୪ରେ ସରକାର ଉପରୋକ୍ତ ବିଜ୍ଞଂପ୍ତି କୁ ପରିବର୍ତ୍ତନ କରି କରି ୫ଟି ବିଭାଗର କର୍ମଚାରୀଙ୍କୁ ଏଥିରୁ ବାଦ କରିଦେଲେ, ସେଗୁଡିକ ହେଲାସଚିବାଳୟ, ରାଜ୍ୟପାଳଙ୍କ କାର୍ଯ୍ୟଳୟ ଏବଂ ଲୋକସେବା ଭାବନରେ କାର୍ଯ୍ୟରତ ସହକାରୀ ବିଭାଗୀୟ ଅଧିକାରୀ ତତସହିତ ଆଇନ ଏବଂ ରାଜ୍ୟସରକାରଙ୍କ ଅଧୀନରେ ଅନ୍ୟାନ୍ୟ ବିଭାଗରେ କାର୍ଯ୍ୟରତ ସହକାରୀ ଆଇନ ବିଭାଗୀୟ ଅଧିକାରୀ ପରବର୍ତୀ ସମୟରେ ତା ୦୭.୦୯.୨୦୧୭ ରିଖରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ କେବଳ ନିୟମିତ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁକଲେ। ସେଥିରେ ପାଉଥିବା ବେସିକ+ଗ୍ରେଡ଼ପେର ୨.୫୭% ଦରମା ବୃଦ୍ଧି କଲେ, ଯାହାକି ୭ମ ବେତନର କମିଶନ ର ମୂଳଦରମା ବୋଲି ବିବେଚନା କରାଗଲା।ତା୧୨.୦୯.୨୦୧୭ ରିଖରେ ସାଧାରଣ ପ୍ରଶାସନ ବିଭାଗ ତରବରିଆ ଭାବେ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ପାଇଁ ସପ୍ତମ ବେତନ ଘୋଷଣା କଲେ। ସେଥିରେ ବେସିକ +ଗ୍ରେଡ଼ପେର ମାତ୍ର ୨୫% ଦରମା ବୃଦ୍ଧି କଲେ ରାଜ୍ୟସରକାର ।ସେହି ହିସାବରେ ଜଣେ ଗ୍ରୁପ ସି କର୍ମଚାରୀଟିଏ ୫୪୦୦(ବେସିକ) + ୧୮୦୦ (ଗ୍ରେଡ଼ପେ ) ପାଉଥିବା ରେଗୁଲାର କର୍ମଚାରୀଟିଏ ସପ୍ତମ ବେତନ ରେ ୧୮୦୦୦ଟଙ୍କା ଦରମା ପାଇବା ବେଳେ ଜଣେ ୫୪୦୦(ବେସିକ) + ୧୮୦୦ (ଗ୍ରେଡ଼ପେ ) ପାଉଥିବା ଚୁକ୍ତିଭିତ୍ତିକ କର୍ମଚାରୀ ମାତ୍ର ୮୭୫୦ ଟଙ୍କା ଦରମା ପାଇଲେ। ସେହିଭଳି ଜଣେ ଗ୍ରୁପ ବି ରେଗୁଲାର କର୍ମଚାରୀ ୩୫୪୦୦ ବେସିକପେ ପାଇବାବେଳେ ଚୁକ୍ତିଭିତ୍ତିକ କର୍ମଚାରୀଟିଏ ମାତ୍ର ୧୬୮୮୦ ଟଙ୍କା ପାଇଲେ। ସରକାର ୧୭.୦୧.୨୦୧୪ ରିଖର ନିଜ ବିଜ୍ଞପ୍ତି କୁ ନମାନି ସପ୍ତମ ବେତନର ଏହି ଅସଂଗତିକୁ ବିରୋଧ କରି ଓଡିଶା ସରକାରୀ ଚୁକ୍ତିଭିତ୍ତିକ ମହାସସଂଘ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରରେ ସରକାରଙ୍କୁ ଘେରିଛି ଏବଂ ବିସଦ ଆଲୋଚନା ମଧ୍ୟ୍ୟ ହୋଇଛି । ଶେଷରେ ତା ୨୭.୦୭.୨୦୧୮ ରିଖରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ଖୋଦ ସରକାରଙ୍କର ଏ ନିୟମକୁ ଭୁଲ ବୋଲି ସ୍ୱୀକାର କରିଥିଲେ ଆଉ ଏହା ଉପରେ ନିଷ୍ପତ୍ତି ନେବାପାଇଁ ଏକ ମାସ ସମୟ ଲିଖିତଭାବେ ମାଗିଥିଲେ। ଏକ ମାସ ବିତିଯିବା ପରେ ମଧ୍ୟ ଏହା ଉପରେ କିଛି ଆଲୋଚନା ନ ହେବାରୁ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ସରକରଙ୍କୁ ପୁଣି ଲିଖିତ ଆକାର ରେ ଜଣାଇଥିଲେ ଏବଂ ଡିଜିଟାଲ ଆନ୍ଦୋଳନ ମାଧ୍ୟମରେ ରାଜ୍ୟ ସରକାର ଙ୍କୁ ଚୁକ୍ତିଭିତ୍ତିକ ସଙ୍ଘର ନ୍ୟାୟଚିତ ଦାବି ଉପସ୍ଥାପନା କରିଥିଲେ । ଏଥିରେ ସରକାର ଭୟଭୀତ ହୋଇ ୨୭.୧୦.୨୦୨୧ ରେ ଏହି ଶ୍ରେଣୀୟ କର୍ମଚାରୀମାନଙ୍କର ପ୍ରଥମ ବର୍ଷ ଦରମା ଆଉ 50% ବୃଦ୍ଧି କରିଥିଲେ ଏବଂ ପ୍ରତିଶ୍ରୁତି ଦେଇଥିଲେ ଯେ ଆଗାମୀ ଦୁଇ ମାସ ମଧ୍ୟରେ ଚୁକ୍ତିଭିତ୍ତିକ ପ୍ରଥାକୁ ଉଚ୍ଛେଦ କରିବେ। ଯାହାକି ଆଜି ପର୍ଯ୍ୟନ୍ତ ହେଲାନାହିଁ। ଗୁଜୁରାଟ ଭଳି କେତେକ ରାଜ୍ୟରେ ଏହି ଚୁକ୍ତିଭିତ୍ତିକ ପ୍ରଥା ଅଛି ସତ କିନ୍ତୁ ସେଠାରେ କର୍ମଚାରୀଙ୍କୁ ସପ୍ତମ ବେତନର ମୂଳ ଦରମା ମିଳୁଛି ତଥା ଏହି ଚୁକ୍ତିଭିତ୍ତିକ ସମୟ ସବୁକ୍ଷେତ୍ର ରେ ପରିଗଣିତ ହେଉଛି ଯାହାକି ଓଡ଼ିଶାରେ ହେଉନାହିଁ। ନିଯୁକ୍ତି ନିୟମ ରେ ଅସଂଗତି, ବେତନରେ ତାରତମ୍ୟ ଆଦି କୁ ନେଇ ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ରାଜ୍ୟ ସରକାରଙ୍କ ବିରୋଧ ରେ ଏକ ମାକୋଦମା ଉଚ୍ଚନ୍ୟାଳୟ ରେ ବର୍ତମାନ ବିଚାରଧୀନ ଅଛି |ଓଡ଼ିଶାର ଅର୍ଥନୀତି ଜାତୀୟ ହାର ଠାରୁ ଅଧିକ ରହିବା ସହ ଓଡିଶା ଏକ ଆର୍ଥିକ ବଳକା ରାଜ୍ୟ ବୋଲି ସରକାର ଖୋଦ କହୁଥିବା ବେଳେ ଚୁକ୍ତିଭିତ୍ତିକ ନିଯୁକ୍ତି ଭଳି ଏକ ଘୃଣିତ ପ୍ରଥାର ଆବଶ୍ୟକତା କଣ ବୋଲି ହଜାର ହଜାର ଉଚ୍ଚଶିକ୍ଷିତ ଯୁବବର୍ଗ ପ୍ରଶ୍ନ କରୁଛନ୍ତି। ଯଦି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ଦାବିଗୁଡିକୁ ପୂରଣ ନକରନ୍ତି ତେବେ ମହାସଂଘର ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସେପ୍ଟେମ୍ବର ମାସ ୧୧ ତାରିଖରେ ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗ ଠାରେ ଏକ ବୃହତ ଆନ୍ଦୋଳନରେ ସାମିଲ ହେବେ ବୋଲି ଚୁକ୍ତିଭିତିକ ମହାସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ, ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ସାଧାରଣ ସଂପାଦକ କ୍ଷିତିଶ୍ ପଣ୍ଡା,ସଙ୍ଘଠନ-ସମ୍ପାଦକ ପ୍ରଶାନ୍ତ ରାଉତରାୟ, ନର୍ସିଂ ସଂଘ ନେତା ଅଶ୍ୱିନୀ ଦାସ, ଅନ୍ତର୍ଯ୍ୟାମୀ ଲେଙ୍କା, ଶିକ୍ଷକ ନେତା ପୂର୍ଣ୍ଣ ଚନ୍ଦ୍ର ଆଇଚ,ସୁଭ୍ରଜିତ ପ୍ରତିହାରୀ, ବିଶ୍ଵଜିତ ବିଶ୍ଵାଳ,ପଞ୍ଚାନନ ଜେନା, ରାଜେନ୍ଦ୍ର ମଲ୍ଲିକ, ପ୍ରାଥମିକ ଶିକ୍ଷକ ସଂଘର ନେତା ଶ୍ରୀକାନ୍ତ ବାରିକ,ଜନ୍ମୋଜୟ ମାଝୀ, ସ୍ମାରକ ରଞ୍ଜନ ସାହୁ,ମାନସ ପରିଡା, ଆଦିତ୍ୟ ସ୍ଵାଇଁ, ଅକ୍ଷୟ ପାଢି, ଉପ-ସଭାପତି ,ପ୍ରଭାସ ଭୋଇ, ପ୍ରିତୀରଞ୍ଜନ ପ୍ରଧାନ, ଯୁଗ୍ମ ସମ୍ପାଦକ – ଅଶୋକ ଗଉଡ଼, ବାବୁଲ ନାୟକ, ତନ୍ମୟ ଜେନା, ଶ୍ରୀନିବାସ ମହାନ୍ତି, ଅନିତା ବେହେରା, ଅଳକା ମହାନ୍ତି, ରୋଜାଲିତି ପଣ୍ଡା, ଶିବ ଶଙ୍କର ସାହୁ ପ୍ରେସ ରିଲଜ ଦ୍ୱାରା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ