ଜାତୀୟ ଚାମ୍ପିୟନଶିପ୍‌ରେ ଚମିକଲେ କେନ୍ଦୁଝର କିକ୍‌ବକ୍ସର

ବଡ଼ବିଲ, (ସମୀର କୁମାର ଦାସ):ୱାକୋଇଣ୍ଡିଆ ନ୍ୟାଶନାଲସିନିୟରଏବଂମାଷ୍ଟର୍ସକିକ୍‌ବକ୍ସିଂଚାମ୍ପିୟନଶିପ୍‌ରେକେନ୍ଦୁଝର ୪ଟି ପଦକ ହାସଲକରିଛି ।ସେଥିରୁଗୋଟିଏସ୍ୱର୍ଣ୍ଣ ଓ ଆଉ ୩ଟି ବ୍ରୋଞ୍ଜ ମେଡାଲରହିଛି । ଅଗଷ୍ଟ ୧୮ରୁ ୨୨ ପର୍ଯ୍ୟନ୍ତ ତାମିଲନାଡ଼ୁରଚେନ୍ନାଇରେଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଜେଏସ୍‌ଡବ୍ଲୁୃ୍ୟ ଫାଉଣ୍ଡେଶନ କେନ୍ଦୁଝରକିକ୍‌ବକ୍ସରଙ୍କୁ ପ୍ରାୟୋଜିତକରିଥିଲା ।ପ୍ରତିଯୋଗିତାରେଭାଗନେଇଥିବାକେନ୍ଦୁଝରରଖେଳାଳିମାନେ ହେଲେ ଆଶିଷ ରାଉତ, ଯଶପ୍ରୀତସିଂ, ବୁଧୁରାମମୁଣ୍ଡା, ପୱନଦୀପ ସିଂଏବଂହରିହରବାରିକ । ଆଶିଷ ରାଉତସ୍ୱର୍ଣ୍ଣଜିତିଥିବାବେଳେ ଯଶପ୍ରୀତସିଂଡବଲ୍‌ବ୍ରୋଞ୍ଜ ଏବଂବୁଧୁରାମମୁଣ୍ଡାଗୋଟିଏବ୍ରୋଞ୍ଜ ପାଇଛନ୍ତି । ପୱନଦୀପ ଏବଂହରିହରକ୍ୱାର୍ଟର ଫାଇନାଲଖେଳିଛନ୍ତି ।ମନ୍‌ଜିତ୍‌ସିଂଙ୍କତତ୍ତ୍ୱାବଧାନରେଏହିକିକ୍‌ବକ୍ସରମାନେ ଅଧିକରୁ ଅଧିକ ମେଡାଲଜିତିବା ପାଇଁବିଭିନ୍ନବର୍ଗରେ ଦେଶର ଅନେକ ପ୍ରତିଭାବାନ୍‌ଖେଳାଳିଙ୍କସହ ପ୍ରତିଯୋଗିତାକରିଥିଲେ ।କଠିନ ପରିଶ୍ରମଏବଂ ପ୍ରତିଭାବଳରେସେମାନେ ଏଥିରେସଫଳତା ପାଇଛନ୍ତି । ସ୍ୱର୍ଣ୍ଣବିଜେତା ଆଶିଷ ତାଙ୍କସଫଳତା ଓ ବିପୁଳସମର୍ଥନ ପାଇଁକୋଚ୍‌ଏବଂଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେଶନକୁ ଧନ୍ୟବାଦ ଦେଇଛନ୍ତି । ପ୍ରତିଯୋଗିତାବେଶ୍ ଆହ୍ୱାନପୂର୍ଣ୍ଣ ଥିଲେବିସେ ନିଜଢଙ୍ଗରେଲଢ଼ିଥିଲେବୋଲି ପ୍ରକାଶକରିଛନ୍ତି ।ୱାକୋଓଡ଼ିଶାରମୁଖ୍ୟକୋଚ୍‌ଏବଂସ୍ପୋର୍ଟ୍ସକିକ୍‌ବକ୍ସିଂ ଆସୋସିଏଶନ ଅଫ୍ କେନ୍ଦୁଝରରସାଧାରଣସମ୍ପାଦକ ମନ୍‌ଜିତ୍‌ସିଂଖେଳାଳିଙ୍କ ପ୍ରଦର୍ଶନ ପାଇଁଖୁସି ଥିବାକହିଛନ୍ତି ।କେନ୍ଦୁଝରଜିଲାର ୫ ପ୍ରତିଭାବାନ୍‌କିକ୍‌ବକ୍ସରଙ୍କଜାତୀୟସ୍ତରରେଏଭଳି ପ୍ରଦର୍ଶନ ବାସ୍ତବରେମୋ ପାଇଁଏବଂସ୍ପୋର୍ଟ୍ସକିକ୍‌ବକ୍ସିଂ ଆସୋସିଏଶନ ଅଫ୍ କେନ୍ଦୁଝର ପାଇଁଗର୍ବରମୂହୁର୍ତ୍ତବୋଲିସେ ପ୍ରକାଶକରିଛନ୍ତି । ଏଥିସହସ୍ପୋନ୍ସରଶିପ୍ ପାଇଁସେଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେଶନକୁ ଧନ୍ୟବାଦ ଦେଇଛନ୍ତି ।ରାଜ୍ୟସରକାର ଅଧିକ ପ୍ରୋତ୍ସାହନ ଯୋଗାଇଦେଲେଏହିଖେଳାଳିମାନେ ଆଗକୁ ଅଧିକ ସଫଳତା ଆଣିଦେବେ ବୋଲିକୋଚ୍‌ମନ୍‌ଜିତ୍‌କହିଛନ୍ତି । ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେଶନ କର୍ତ୍ତୃପକ୍ଷଏହିଟିମ୍‌କୁଶୁଭେଚ୍ଛାଜଣାଇଛନ୍ତି ।ସେମାନଙ୍କ ପ୍ରତିଭାରସୀମାକୁବଢ଼ାଇସଫଳତାରଶୀର୍ଷକୁଛୁଇଁବା ପାଇଁ ପରାମର୍ଶ ଦେଇଛନ୍ତି । ୨୬ ରାଜ୍ୟରୁ ପ୍ରାୟ ୧,୧୫୦ କିକ୍‌ବକ୍ସରଚାମ୍ପିୟନଶିପ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।ସେମାନଙ୍କମଧ୍ୟରୁ ୪୦ ଜଣ ଓଡ଼ିଶାର ଥିବାବେଳେକେନ୍ଦୁଝର ୫ କିକ୍‌ବକ୍ସରଭାଗନେଇଥିଲେ ।ଏହିଚାମ୍ପିୟନଶିପ୍‌ରେଓଡ଼ିଶା ୩୧ଟି ପଦକ ଜିତିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ