ରାଜ୍ୟସ୍ତରୀୟ ବଲ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ବଲ ବ୍ୟାଡ଼ମିଣ୍ଟନ ଆସୋସିଏସନ ଆନୁକୂଲରେ ସ୍ଥାନୀୟ ଶ୍ରୀନିକ୍ସ କଲେଜ ଅଫ ଇଞ୍ଜିନିୟରିଂ ପରିସରରେ ଚାଲିଥିବା ୩ ଦିନିଆ ରାଜ୍ୟସ୍ତରୀୟ ସିନିୟର ବଲ ବ୍ୟାଡ଼ମିଣ୍ଟନ ଚମ୍ପିଆନ୍‌ସିପ ରବିବାର ଉଦଯାପିତ ହୋଇଯାଇଛି । ପୁରୁଷ ବିଭାଗର ୪ଗୋଟି ଟିମଙ୍କ ମଧ୍ୟରେ ହୋଇଥିବା ସେମିଫାଇନାଲ ମ୍ୟାଚରେ ଭୁବନେଶ୍ୱର ଓ ରାୟଗଡ଼ା ଟିମ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା । ଫାଇନାଲ ମ୍ୟାଚରେ ଏଥିରେ ରାୟଗଡ଼ାକୁ ହରାଇ ଭୁବନେଶ୍ୱର ଟିମ ଚମ୍ପିୟନ ଘୋଷିତ ହୋଇଥିଲା । ସେହିଭଳି ମହିଳା ବିଭାଗରେ ୪ ଗୋଟି ଟିମଙ୍କ ମଧ୍ୟରୁ ଭୁବନେଶ୍ୱର ଓ ଜଗତସିଂପୁର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା । ଏଥିରେ ଭୁବନେଶ୍ୱରକୁ ହରାଇ ଜଗତସିଂପୁର ଚାମ୍ପିୟନ ହୋଇଥିଲା । ଶେଷ ଦିବସର ମ୍ୟାଚଗୁଡ଼ିକୁ ନ୍ୟାସନାଲ ରେଫେରୀ ଫାଗୁରାମ ମାରାଣ୍ଡି, ବିଶ୍ୱଜିତ ପଣ୍ଡା, ଅଜୟ କୁମାର ସାହୁ, ଲିଙ୍ଗରାଜ ପୃଷ୍ଟି, ହେମନ୍ତ କୁମାର ସାହୁ, ଏସଡି ରେହେମାନ, ସୁରସେନ ବେହେରା, ନିଗମ ମୁଖୀ, ମୀନତି ବାରିକ ପରିଚାଳନା କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ଅତିଥିମାନେ ଚମ୍ପିୟନ ଓ ରନର୍ସ ଟିମକୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ ।ଏହି ଟୁର୍ଣ୍ଣାମେଣ୍ଟରୁ ଉଭୟ ବର୍ଗରୁ ମନୋନୀତ ୧୦ଜଣ ଲେଖାଏଁ ଖେଳାଳି ଆସନ୍ତା ଡିସେମ୍ବର ୨୫ରେ କେରଳରେ ହେବାକୁ ଥିବା ଜାତୀୟ ଚମ୍ପିଆନ୍‌ସିପ୍‌ରେ ଅଂଶଗ୍ରହଣ କରିବେ ବୋଲି ଆୟୋଜକ କମିଟ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ