ବର୍ଦ୍ଧନପୁରରେ ମେଗା ସ୍ୱାସ୍ଥ୍ୟ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):‘ଲାୟନ୍ସ କ୍ଲବ ଅଫ ବାଲେଶ୍ୱର ସ୍ୟାଣ୍ଡସିଟି’ ପଅତିଷ୍ଠାର ୨୫ ବର୍ଷ ପୂର୍ତ୍ତି ଅବସରରେ ପ୍ରତିମାସ ପର୍ଯ୍ୟାୟ କ୍ରମେ ଜାରି ରହିଛି ମେଗା ସ୍ୱାସ୍ଥ୍ୟସେବା କ୍ୟାମ୍ପ ଆୟୋଜନ । ଏହି ପରିପ୍ରେକ୍ଷୀରେ ସଦର ବ୍ଲକ ଅନ୍ତର୍ଗତ ବର୍ଦ୍ଧପୁର ପଞ୍ଚାୟତ ମଣିନାଗେଶ୍ୱର ବାତ୍ୟାଶ୍ରୟ ସ୍ଥଳ ଓ ବିଦ୍ୟାଳୟ ପରିସରରେ ସ୍ୱାସ୍ଥ୍ୟସେବା ଓ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ନିହାର ରଂଜନ ବେହେରା, ଡାକ୍ତର ଆଶିଷ କୁମାର ଜୈନ, ଡାକ୍ତର ସଂଜୟ କୁମାର ମାଣିକ, ଡାକ୍ତର ଅମର ଝା, ଡାକ୍ତର ସାଇକୀର୍ତ୍ତି ସାହା, ଡାକ୍ତର ଗଣେଶ ଚନ୍ଦ୍ର ପରିଡ଼ା ପ୍ରମୁଖ ରୋଗ ବିଶେଷଜ୍ଞମାନେ ଏହି ଶିବିରରେ ଯୋଗଦେଇ ରୋଗୀଙ୍କୁ ପରୀକ୍ଷା କରିବା ସହ ଆବଶ୍ୟକ ପରାମର୍ଶ ଓ ଔଷଧ ପ୍ରଦାନ କରିଥିଲେ ।ଏହି ଶିବିରରେ ବର୍ଦ୍ଧନପୁର ସମେତ ଆଖପାଖ ପଞ୍ଚାୟତରୁ ଶହ ଶହ ଲୋକେ ଡାକ୍ତରଙ୍କୁ ଦେଖାଇ ଔଷଧ ନେଇଥିଲେ । ସେହିପରି ଡାକ୍ତର ବସନ୍ତ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ରକ୍ତଦାନ ଶିବିରରେ ଏ ଅଞ୍ଚଳର ବହୁ ଯୁବକ ଯୁବତୀ ରକ୍ତଦାନ କରିଥିଲେ । ଲାୟନ୍ସ କ୍ଲବ ଅଫ ସ୍ୟାଣ୍ଡସିଟିର ସଭାପତି ଶଶିଭୂଷଣ ମିଶ୍ର, ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ପ୍ରସାଦ ମହାପାତ୍ର, ବିଷ୍ଣୁ ଖଣ୍ଡେଲୱାଲ, ଜୁବିନ ବଦନୱାଲା, ଆନନ୍ଦ ମୋହନ ଝା, ରବିନାରାୟଣ ପଣ୍ଡା, ଦୀନେଶ ଖଣ୍ଡେଲୱାଲ, ସରୋସ ବଦନୱାଲା, ଅଏନ ସେନ, ଜଗଦୀଶ ଖଣ୍ଡେଲୱାଲ, ଅରୁର ଖଣ୍ଡେଲୱାଲ, ବିଶ୍ୱଜିତ ଦାସ, ମନୋରଂଜନ ସାହୁ, କମଲେଶ ମିଶ୍ର, ପିୟୁଷ ଅଜମେରା, ବିଭୂପଦ ଦାସ, ନୋବୋଲ ଅଗ୍ରୱାଲଙ୍କ ସମେତ ବର୍ଦ୍ଧନପୁର ଅଞ୍ଚଳର ସମାଜସେବୀ ଲୋକନାଥ ଶତପଥୀଙ୍କ ନେତୃତ୍ୱରେ ବହୁ ଗ୍ରାମବାସୀ ଏହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ