ରାଜ୍ୟସ୍ତରୀୟ ମଙ୍ଗଳା କପ୍
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ର ମିନି ଷ୍ଟାଡିୟମରେ ଚାଲିଥିବା ୩୩ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଦ୍ଵିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ନିମପୁର ସ୍ପୋଟିଂ କଟକ ଓ କ୍ରାଉନ ସ୍ପୋଟିଂ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ନିମପୁର ସ୍ପୋଟିଂ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ନିମପୁର ସ୍ପୋଟିଂ ନିର୍ଦ୍ଦାରିତ ୨୫ ଓଭରରେ ୮ ୱିକେଟ୍ ହରାଇ ୧୫୩ ରନ୍ ସଂଗ୍ରହ କରିଥିଲା ।ଦଳପକ୍ଷରୁ ପକ୍ଷରୁ ସୁମିତ ମହାପାତ୍ର ବ୍ୟକ୍ତିଗତ ୬୪(୪୫)ରନ ସଂଗ୍ରହ କରିଥିବାବେଳେ ଅଭିନାଶ ନାୟକ ୨୦(୨୭) ରନ ସଂଗ୍ରହ କରିଥିଲେ l ବିପକ୍ଷରେ କ୍ରାଉନ ପକ୍ଷରୁ ରଶ୍ମିରଂଜନ ଓ ଜନ୍ମେଜୟ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ୧୫୪ ରନର ବିଜୟ ଲକ୍ଷ ନେଇ କ୍ରାଉନ ସ୍ପୋର୍ଟଂ ଭୁବନେଶ୍ୱର ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରରେ ୧୫୩ ରନ ସଂଗ୍ରହ କରିଥିଲା।ଫଳରେ ମ୍ୟାଚଟି ଟାଏ ହୋଇ ଯାଇଥିଲା l ଫଳରେ ସୁପର ଓଭର ଖେଳା ଯାଇଥିଲା।ସୁପର ଓଭର ରେ କ୍ରାଉନ ସ୍ପୋର୍ଟଂ ୧୫ ରନ ସଂଗ୍ରହ କରିଥିବାବେଳେ ନିମପୁର ସ୍ପୋର୍ଟଂ କୌଣସି ରନ କରିନପାରି ପରାଜୟ ସ୍ୱୀକାର କରିଥିଲା l କ୍ରାଉନ ପକ୍ଷରୁ କୁମାର ଜନ୍ମେଜୟ ପ୍ରଥମ ଇନିଂସ ରେ ୫୦ ରନ ଏବଂ ସୁପର ଓଭରରେ ୧୫ ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ l ପୁରସ୍କାର ପ୍ରଦାନ କରିଥିଲେ ଲଏଡ଼ କମ୍ପାନୀର ସିନିଅର ମ୍ୟାନେଜର ବିଶ୍ୱନାଥ ବାରିକ l ମ୍ୟାଚ ପରିଚାଳନା କରିଥିଲେ ଅମ୍ପେୟାର ନିର୍ମଳ କୁମାର ମିଶ୍ର ଏବଂ ଅୟସକାନ୍ତ ମିଶ୍ର l ଧାରାବିବରଣୀ ପ୍ରଦାନ କରିଥିଲେ ଭାଗବତ ସ୍ୱାଇଁ, ପ୍ରଦୀପ କୁମାର ପଣ୍ଡା, ପ୍ରଦୀପ୍ତ ଦୀକ୍ଷିତ, ଭବାନୀ କୁମାର l ସ୍କୋରର ଭାବେ ଲିକୁନ ଓ ସଚିନ ଦାଇତ୍ୱ ତୁଲାଇଥିଲେ l ଆସନ୍ତା ମଙ୍ଗଳବାର ଦିନ ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ପାରାମାଉଣ୍ଟ ଭୁବନେଶ୍ୱର ଏବଂ ମଙ୍ଗଳା କ୍ରିକେଟ କ୍ଲବ କାକଟପୁର ମଧ୍ୟରେ ଖେଳାଯିବ ବୋଲି ଆୟୋଜକ କ୍ଲବର ସମ୍ପାଦକ ଶୁଭ୍ରାଂଶୁ ଭୂଷଣ ଦୀକ୍ଷିତ ପ୍ରକାଶ କରିଛନ୍ତି l


