ସିପିଆଇ ର ପ୍ରତିଷ୍ଠା ଦିବସ ପାଳିତ
ନିମାପଡ଼ା, (ସନ୍ତୋଷ ଦାଶ):ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୯୮ ତମ ପ୍ରତିଷ୍ଠା ଦିବସ ଆଜି ନିମାପଡ଼ା ଠାରେ ପାଳିତ ହୋଇଥିଲା। ବରିଷ୍ଠ ସିପିଆଇ ନେତା ଦେବେନ୍ଦ୍ର ନାଥ ସାହୁ ଦଳୀୟ ପତାକା କୁ ଉତ୍ତୋଳନ କରିଥିଲେ। ଆୟୋଜିତ ସଭା ରେ ଦଳୀୟ ନେତା ବାବୁଲି ନାୟକ ସଭାପତିତ୍ବ କରିଥିବା ବେଳେ କୃଷ୍ଣଚନ୍ଦ୍ର ରାଉତ, ସନାତନ ପାତ୍ର,ପ୍ରଫୁଲ୍ଲ ସାହୁ, ଦଣ୍ଡପାଣି ସାହୁ, ସଚ୍ଚିଦାନନ୍ଦ ପାତ୍ର, ଗୋବର୍ଦ୍ଧନ ସାହୁ,ଜୟକୃଷ୍ଣ ପାତ୍ର ପ୍ରମୁଖ ଯୋଗଦାନ କରି ଦଳୀୟ ଆଭିମୁଖ୍ୟ ସମ୍ପର୍କ ରେ ଉଦବୋଧନ ଦେଇଥିଲେ।


