ରାଜ୍ୟ ମୁଖିଆଙ୍କ ଗଡରେ ବିଜୟୀ ମୁକୁଟ ପିନ୍ଧିଲେ ସୁବାଷ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ସମସ୍ତ କଳ୍ପନା ଜଳ୍ପନା ଅନ୍ତ ଘଟିଛି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ତଥା ଏକମାତ୍ର ପୌର ପରିଷଦ ହିଞ୍ଜିଳିକାଟୁରେ ଅଧ୍ୟକ୍ଷ ପଦ ଶାସକ ବିଜେଡି ନିଜ ଅକ୍ତିଆରକୁ ନେବାରେ ସକ୍ଷମ ହୋଇଛି । ହିଞ୍ଜିଳିକାଟୁ ପୌର ପରିଷଦର ଅଧ୍ୟକ୍ଷ ଭାବେ ବିଜୁ ଜନତା ଦଳ ପ୍ରାର୍ଥୀ ସୁବାଷ ଚନ୍ଦ୍ର ପୋଲାଇ ବିଜୟ ମୁକୁଟ ପିନ୍ଧିଛନ୍ତି । ଗୁରୁବାର ରାଜ୍ୟର ୧୦୬ ପୌର ସଂସ୍ଥା ସମେତ ୩ ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଶନିବାର ଫଳ ପ୍ରକାଶିତ ହୋଇଛି । ହିଞ୍ଜିଳିକାଟୁ ପୌର ଅଧ୍ୟକ୍ଷ ପଦ ଶାସକ ବିଜେଡି ହାତକୁ ଆସିବା ପରେ ବିଜୁ ଜନତା ଦଳର କର୍ମୀ ମାନଙ୍କ ମଧ୍ୟରେ ଖୁସୀର ମାହୋଲ ଦେଖିବାକୁ ମିଳିଛି । ବାଣ ଫୁଟାଇ ପରସ୍ପରକୁ ମିଠା ଖୁଆଇ ବିଜୟ ବାନା ଉଡାଇନ୍ତି । ୯ନଂ ୱାର୍ଡର ବିଜେଡି ପ୍ରାର୍ଥନୀ ରିନା ଗୌଡ ସର୍ବାଧିକ ୩୩୭ ଓ ୧୪ ନଂ ୱାର୍ଡରେ ମଞ୍ଜୁ ବେହେରା ସର୍ବନିମ୍ନ ଗୋଟିଏ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ୨୧ଟି ୱାର୍ଡ ବିଶିଷ୍ଟ ହିଞ୍ଜିଳିକାଟୁ ପୌର ପରିଷଦ ନିର୍ବାଚନରେ ୧୫ଟି ୱାର୍ଡ ଶାସକ ବିଜେଡି ନିଜ ଅକ୍ତିଆରକୁ ନେଇଥିବା ବେଳେ ସ୍ୱାଧିନ ପ୍ରାର୍ଥୀ ୪ଟି ଓ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ମାନେ ଗୋଟାଏ ଲେଖାଏଁ ୱାର୍ଡ ନିଜ ଅକ୍ତିଆରକୁ ନେବାରେ ସକ୍ଷମ ହୋଇଛନ୍ତି । ସେହିପରି ଅଧ୍ୟକ୍ଷ ପଦବୀ ସକାଶେ ୬ ଜଣ ଆଶୟୀ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ରହିଥିଲେ । ବିଜେଡି ପ୍ରାର୍ଥୀ ସୁବାଷ ଚନ୍ଦ୍ର ପୋଲାଇ ସର୍ବାଧିକ ୬୮୨୦ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ଠାରୁ ୧୬୩୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇ ଅଧ୍ୟକ୍ଷ ଆସନ ହାତେଇବାରେ ସକ୍ଷମ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ସୁନାରାମ ସାବତ ୩୩୭, ସ୍ୱାଧିନ ପ୍ରାର୍ଥୀ ରଞ୍ଜିତ କୁମାର ପୋଲାଇ ୩୭୬, ନାରାୟଣ ସାହୁ ୧୭୨ ଓ ଶ୍ରୀନୁ ବାଡତ୍ୟା ୮୦ଟି ଭୋଟ ପାଇଥବା ବେଳେ ୨୫୩ଟି ଭୋଟ ନୋଟାକୁ ଯାଇଛି । ୧ନଂ ୱାର୍ଡରେ ବିଜେଡି ପ୍ରାର୍ଥୀ ସରୋଜ କୁମାର ପଣ୍ଡା ସର୍ବାଧିକ ୨୭୫ ଟି ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ସ୍ୱାଧିନ ପ୍ରାର୍ଥୀ ଶ୍ରୀଧର ପଣ୍ଡାଙ୍କ ଠାରୁ ୧୬ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଅନ୍ୟତମ ପ୍ରାର୍ଥୀ ବିଜେପର ଗୋପାଳ କୃଷ୍ଣ ପାଠି ୩୮ଟି ଭୋଟ ପାଇଥିବା ବେଳେ ୬ଟି ଭୋଟ ନୋଟାକୁ ଯାଇଛି । ୨ନଂ ୱାର୍ଡରେ ବିଜେପି ପ୍ରାର୍ଥୀ ଯୂଧିଷ୍ଟିର ଦାସ ସର୍ବାଧିକ ୩୫୫ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀଙ୍କୁ ୧୪ଟି ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ସମିର ସେଠି ୭୨ଟି ଭୋଟ ପାଇଥିବା ବେଳେ ୧୯ଟି ଭୋଟ ନୋଟାକୁ ଯାଇଛି । ୩ନଂ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ପିଙ୍କି ଗୌଡ ୨୭୩ଟି ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀନୀ ନଳିନି ପଣ୍ଡାଙ୍କୁ ୫୯ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ୧୯ଟି ଭୋଟ ନୋଟାରେ ରହିଛି । ୪ନଂ ୱାର୍ଡରେ ସ୍ୱାଧିନ ପ୍ରାର୍ଥୀ ରଞ୍ଜିତା ଚୌଧୁରୀ ସର୍ବାଧିକ ୨୮୪ ଟି ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ଅନିତା ଚୌଧୁରୀଙ୍କୁ ୫୩ଟି ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ସିଲ୍ପା ସେଠି ୫୧, ସ୍ୱାଧିନ ପ୍ରାର୍ଥୀ ବିନାପାଣି ପୋଲାଇ ୧୩ଟି ଭୋଟ ପାଇଥିବା ବେଳେ ୮ଟି ଭୋଟ ନୋଟାରେ ରହିଛି । ୫ନଂ ୱାର୍ଡରେ ବିଜେଡି ପ୍ରାର୍ଥୀ ବିଭୁ ପ୍ରସାଦ ପଣ୍ଡା, ୬ନଂ ୱାର୍ଡରେ ବିଜେଡି ପ୍ରାର୍ଥୀନୀ ଶଶି ଶବର, ୮ନଂ ୱାର୍ଡରେ ବିଜେଡି ପ୍ରାର୍ଥୀନୀ ବିଳାସିନି ମହାନ୍ତି, ୧୩ନଂ ୱାର୍ଡରେ ବିଜେଡି ପ୍ରାର୍ଥୀ ସୁବାଷ ଚନ୍ଦ୍ର ସାହୁ, ୧୭ନଂ ୱାର୍ଡରେ ବିଜେଡି ପ୍ରାର୍ଥୀ ଶ୍ୟାମଘନ ବେହେରା ଓ ୧୯ନଂ ୱାର୍ଡରେ ବିଜେଡି ପ୍ରାର୍ଥୀ ବସନ୍ତ କୁମାର ବେହେରା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ୯ନଂ ୱାର୍ଡରେ ବିଜେଡି ପ୍ରାର୍ଥୀନୀ ରିନା ଗୌଡସର୍ବାଧିକ ୫୭୨ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀନୀ ଲକ୍ଷ୍ମୀ ସ୍ୱାଇଁଙ୍କ ଠାରୁ ସର୍ବାଧିକ ୩୩୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ୮୮ଟି ଭୋଟ ନୋଟାରେ ରହିଛି । ୧୦ନଂ ୱାର୍ଡରେ ବିଜେଡି ପ୍ରାର୍ଥୀନୀ ସୁପ୍ରଭା ମହାରଣା ସର୍ବାଧିକ ୩୭୩ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ରବିନ୍ଦ୍ର ପାଣିଗ୍ରାହୀଙ୍କ ଠାରୁ ୧୩୫ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ୧୩ଟି ଭୋଟ ନୋଟାରେ ରହିଛି । ୧୧ନଂ ୱାର୍ଡରେ ସ୍ୱାଧିନ ପ୍ରାର୍ଥୀ ଅମୁଲ୍ୟ ସାହୁ ସର୍ବାଧିକ ୨୭୮ ଟି ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଇ. ଅର୍ନ୍ତଯ୍ୟାମୀ ପାତ୍ରଙ୍କୁ ୩୧ଟି ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ବିଜେଡି ପ୍ରାର୍ଥୀନୀ ରଜନି ମହାରଣା ୨୧୫ଟି ଭୋଟ ପାଇଥିବା ବେଳେ ୧୨ଟି ଭୋଟ ନୋଟାକୁ ଯାଇଛି । ୧୨ ନଂ ୱାର୍ଡରେ ବିଜେଡି ପ୍ରାର୍ଥୀନୀ ରୁକ୍ମିଣି ବିଷୋୟୀ ୩୨୦ଟି ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ସ୍ୱାଧିନ ପ୍ରାର୍ଥୀନୀ ସୁନିତା କୁମାରୀ ମିଶ୍ରଙ୍କ ଟାରୁ ୧୨ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ବିଷ୍ଣୁ ପ୍ରସାଦ ଖାଡଙ୍ଗା ୩୧ଟି ଭୋଟ ହାତେଇଥିବା ବେଳେ ୪ଟି ଭୋଟ ନୋଟାରେ ରହିଛି । ୧୪ନଂ ୱାର୍ଡରେ ସ୍ୱାଧିନ ପ୍ରାର୍ଥୀ ମଞ୍ଜୁ ବେହେରା ୨୭୩ଟି ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀନୀ ତପସ୍ୱିନି ବେହେରାଙ୍କୁ ମାତ୍ର ଗୋଟାଏ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ୧୯ଟି ଭୋଟ ନୋଟାରେ ରହିଛି । ୧୫ନଂ ୱାର୍ଡରେ ସ୍ୱାଧିନ ପ୍ରାର୍ଥୀ ଗୋପବନ୍ଧୁ ବେହେରା ୨୭୬ଟି ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ସଂସ୍କାର ପଟ୍ଟନାୟକଙ୍କୁ ୧୨୮ଟି ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ସ୍ୱାଧିନ ପ୍ରାର୍ଥୀ ସରୋଜ କୁମାର ସାହୁ ୫୯, ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବେହେରା ୮୧ ଓ ୧୦ଟି ଭୋଟ ନୋଟାକୁ ଯାଇଛି । ୧୬ନଂ ୱାର୍ଡରେ ବିଜେଡି ପ୍ରାର୍ଥୀନୀ ମଧୁସ୍ମିତା ବେହେରା ୫୪୦ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀନୀ ଜାନକି ବଲ୍ଲଭ ଦେବୀଙ୍କ ଠାରୁ ୩୧୯ ଟି ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ।୨୬ଟି ଭୋଟ ନୋଟାକୁ ଯାଇଛି । ୧୮ ନଂ ୱାର୍ଡରେ ବିଜେଡି ପ୍ରାର୍ଥୀନୀ ସନ୍ତୋଷିନି ବେହେରା ୩୯୭ ଟି ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ସ୍ୱାଧିନ ପ୍ରାର୍ଥୀନୀ ରିତା ସେଠିଙ୍କ ଠାରୁ ୮୪ଟି ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ୨୦ନଂ ୱାର୍ଡରେ ବିଜେଡି ପ୍ରାର୍ଥୀନୀ ବବିତା ନାହାକ ୪୪୩ଟି ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ବନିତା ନାହାକଙ୍କ ଠାରୁ ୨୬୪ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସ୍ୱାଧିନ ପ୍ରାର୍ଥୀନୀ ବବିତା ପାଠି ୪୧ଟି ଭୋଟ ପାଇଥିବା ବେଳେ ୧୮ଟି ଭୋଟ ନୋଟାକୁ ଯାଇଛି । ସେହିପରି ୨୧ ନଂ ୱାର୍ଡରେ ବିଜେଡି ପ୍ରାର୍ଥୀନୀ ସୁଜତା କୁମାରୀ ସ୍ୱାଇଁ ୩୫୨ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ସ୍ୱାଧିନ ପ୍ରାର୍ଥୀନୀ ମମତା ବାଡତ୍ୟାଙ୍କ ଠାରୁ ୧୫୯ଟି ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ବିଜେପି ପ୍ରାର୍ଥୀନୀ ମାମାିନି ନାହାକ୩୫ଟି ଭୋଟ ହାତେଇଥିବା ବେଳେ ୧୨ଟି ଭୋଟ ନୋଟାରେ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ