ରାଢୋ ଠାରେ ନାଗସାପ ଉଦ୍ଧାର
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଢୋ ଠାରେ ଏକ ଛଅ ଫୁଟ ଲମ୍ବର ନାଗସାପ ଉଦ୍ଧାର ହୋଇଛି । ଗ୍ରାମର ବିଶେଶ୍ୱର ଶିବମନ୍ଦିର ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ବାଡିରୁ ଉକ୍ତ ସାପଟି ଉଦ୍ଧାର ହୋଇଛି । ବ୍ୟକ୍ତିଙ୍କର ବାଡ ଘେରାଯାଇଥିବା ଜାଲରେ ଉକ୍ତ ନାଗସାପଟି ଶନିବାର ବିଳମ୍ବିତ ରାତ୍ରୀରେ ଲାଗିଯାଇଥିଲା । ସକାଳୁ ଗୃହକର୍ତ୍ତା ଦେଖିବାପରେ ଆଖପାଖ ଅଞ୍ଚଳର ଲୋକେ ସାପ ଦେଖିବା ପାଇଁ ଭିଡ ଜମାଇଥିଲେ । ପରେ ଗ୍ରାମବାସୀମାନଙ୍କ ତରଫରୁ ସାବଧାନତାର ସହିତ ଜାଲ ଗୁଡିକୁ କଟାଯାଇଥିବାବେଳେ ନାଗସାପଟି ସେଥିରୁ ମୁକୁଳି ନିଜ ଗନ୍ତବ୍ୟସ୍ଥଳକୁ ଚାଲିଯାଇଥିଲା ।


