ରାତିରେ ଚାଲିଥିଲା ମୋରୁମ ଚାଲାଣ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ ରେ ନିୟମିତ ବେଆଇନ ମୋରମ ଚାଲାଣ ହେଉଥିବା ଅଭିଯୋଗ ହେବା ପରେ ତହସିଲଦାର ୪ ଟି ଟ୍ରାକ୍ଟର ସହ ୧ ଯେସିବି ଜବତ କରିଛି । ସାନଖେମୁଣ୍ଡି ବ୍ଲକ୍ ଭୁଡ଼ିକି ଗ୍ରାମ ପାହାଡ଼ ରୁ ମାଫିଆ ମାନେ ବିଳମ୍ୱିତ ରାତିରେ ଶହ ଶହ ଟ୍ରାକ୍ଟର ମୋରୁମ ଚାଲାଣ ହେଉଥିବା ଖବର ପାଇ ମଙ୍ଗଳବାର ବିଳମ୍ୱିତ ରାତିରେ ସାନଖେମୁଣ୍ଡି ତହସିଲଦାର ଡ.ଶ୍ରୀନିବାସ ବେହେରା ବିଳମ୍ୱିତ ରାତିରେ ଚଢ଼ାଉ କରି ୪ ଗୋଟି ଟ୍ରାକ୍ଟର ସହ ଗୋଟାଏ ଜେଶିବ କୁ ଜବତ କରି ଥାନାରେ ଅଟକ ରଖିଥିବା ଜଣାପଡିଛି । ଆଜି ସୁଦ୍ଧା କୌଣସି ମାଲିକ ବର୍ତ୍ତମାନ ପଯ୍ୟନ୍ତ ଗାଡି ନେବାକୁ ଆସିନଥିବା ଜଣାପଡ଼ିଛି l ଉକ୍ତ ମୋରମ କେଉଁ ଠାକୁ ଯାଉଥିଲା ଏବଂ ମୋରମ ଚାଲାଣ ରେ କାହାର ହାତ ଅଛି ସେ ନେଇ ତଦନ୍ତ ଚାଲିଥିବା ତହସିଲଦାର କହିଛନ୍ତି l


