ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ପୁରୀ, (‌ୱାଇଏନ୍‌ଏସ୍‌): ଆଜିଠୁ ରାଜ୍ୟର ୨୦ଟି ଜିଲ୍ଲାରେ ଆରମ୍ଭ ହେଉଛି ନାଇଟ୍ କର୍ଫ୍ୟୁ । ଏହାକୁ ଦୃଷ୍ଟିରେ ରଖି ଆଜି ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ରାତି ୮ଟା ପରେ ଆଉ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କୁ ଛଡ଼ା ଯିବନାହିଁ । ରାତି ସାଢ଼େ ୮ଟା ସୁଦ୍ଧା ଶ୍ରୀମନ୍ଦିର ପରିସରକୁ ଖାଲି କରାଯିବ । ରାତି ୯ରୁ ନାଇଟ କର୍ଫ୍ୟୁ ଲାଗୁ ହେଉଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ରାତି ୮ଟାରୁ ଦର୍ଶନ ବ୍ୟବସ୍ଥା ଥିବା ବ୍ୟାରିକେଡ୍ ହେବ ସିଲ୍ । ରାତି ୯ଟାରୁ ସକାଳ ୫ଟା ଯାଏ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା, ସ୍ୱାସ୍ଥ୍ୟ ସେବା ଜାରି ରହିବ । କାମ ନଥିଲେ ଘରୁ ନବାହାରିବା ପାଇଁ କୁହାଯାଇଛି । ନିୟମର ଉଲ୍ଲଂଘନ କଲେ କଠୋର କାର୍ୟ୍ୟାନୁଷ୍ଠାନ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ