ରାଫେଲ ଡିଲ୍‌ ପୁନଃ ଶୁଣାଣି ହେବ- ସୁପ୍ରିମକୋର୍ଟ

ରାଫେଲ ଡିଲ୍‌ ମାମାଲାରେ କେନ୍ଦ୍ର ସରକାରଙ୍କୁ ଝଟ୍‌କା ଲାଗିଛି । ରାଫେଲ୍‌କୁ ନେଇ ଆସିଥିବା ନୂଆ ଦସ୍ତାବିଜ ଆଧାରରେ ପୁନଃ ଆବେଦନ ଉପରେ ଶୁଣାଣୀ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଖବୁଶୀଘ୍ର ତାରିଖ ଧାର‌୍ୟ୍ୟ କରାଯିବ ।

ରାଫେଲ ଡିଲ୍‌କୁ ନେଇ ହୋଇଥିବା ପୁନଃ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣୀ କରିଛନ୍ତି । ତିନି ବିଚାରପତିଙ୍କ ସର୍ବସମ୍ମତି କ୍ରମେ ଆବେଦନର ଶୁଣାଣୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରାଣାଳୟରୁ ଲିକ୍‌ ହୋଇଥିବା ଦସ୍ତାବିଜର ତଥ୍ୟ ବିଚାର ପାଇଁ ଯୋଗ୍ୟ ବୋଲି ଖଣ୍ଡପୀଠ କହିଛନ୍ତି । ସେପଟେ ଲିକ୍‌ ହୋଇଥିବା ତଥ୍ୟ ଆଧାରରେ ଶୁଣାଣୀ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଆବେଦନ ଖାରଜ ହୋଇଯାଇଛି । ଲିକ୍‌ ହୋଇଥିବା ତଥ୍ୟକୁ ନେଇ ଶୁଣାଣୀ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଆଟର୍ଣ୍ଣି ଜେନେରାଲ ଯୁକ୍ତି ଉପସ୍ଥାପନ କରିଥିଲେ । ଏହି ସମୟରେ ବିଚାରପତି କେ ଏମ୍‌ ଜୋସେଫ୍‌ କହିଥିଲେ ଯେ ଆର୍‌ଟିଆଇ ୨୦୦୫ରେ ଆସିଥିଲା । ଏହା ଏକ କ୍ରାନ୍ତିକାରୀ ପଦକ୍ଷେପ । ତେଣୁ ଏ ନିଷ୍ପତ୍ତିରୁ ଆମେ ପଛକୁ ହଟି ପାରିବୁ ନାହିଁ । ଆଗକୁ ଏହାର ବିସ୍ତୃତ ଶୁଣାଣୀ କରାଯିବ ବୋଲି କୋର୍ଟ କହିଛନ୍ତି ।

କେନ୍ଦ୍ରର କହିବା ଅନୁଯାୟୀ ପ୍ରଶାନ୍ତ ଭୂଷଣ ରିଭ୍ୟୁ ପିଟିସନ୍‌ ସହିତ ଯେଉଁ ଦସ୍ତାବିଜ ଦେଇଛନ୍ତି ତାହା ଦେଶର ସୁରକ୍ଷା ସହିତ ଜଡ଼ିତ ଅଛି । ଏହା ଅତ୍ୟନ୍ତ ଗୋପନୀୟ ଦସ୍ତାବିଜ । ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ ଅନୁସାରେ ଗୋପନୀୟ ଦସ୍ତାବିଜକୁ କୋର୍ଟରେ ଉପସ୍ଥାପନ କରାଯାଇ ପାରିବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ