ରାମଲିଙ୍ଗେଶ୍ୱର ସମବାୟ ସମିତିର ସମ୍ପାଦକ ଇ.ରାମ ପ୍ରସାଦ ନିଲମ୍ବିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ମିଥ୍ୟା ତଥ୍ୟ ଦର୍ଶାଇ ରାମଲିଙ୍ଗେଶ୍ୱର ସମବାୟ ସମିତିରେ ଧାନଚାଷୀ ଭାବେ ପଞ୍ଜିକରଣ କରି କେରାଣ୍ଡି ସ୍ଥିତ ରାମଲିଙ୍ଗେଶ୍ୱର ସମବାୟ ସମିତିର ସମ୍ପାଦକ ନିଲମ୍ବିତ ହୋଇଥିବାର ଜଣାପଡିଛି । ଏନେଇ ଏକ ପ୍ରେସ ବିବୃତି ମାଧ୍ୟମରେ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଜାରୀ କରାଯାଇଛି । ଘଟଣାରୁ ପ୍ରକାଶ ଯେ ପାରଳାଖେମୁଣ୍ଡି ସହରର ଖଞ୍ଜା ସାହିର ଦୁର୍ଗାସି କେଶବ ରାଓ ଚଳିତ ଖରିଫ ଋତୁ ୨୦୨୦-୨୧ ବର୍ଷ ପାଇଁ ମିଥ୍ୟା ତଥ୍ୟ ଦର୍ଶାଇ ରାମଲିଙ୍ଗେଶ୍ୱର ସମବାୟ ସମିତରେ ଧାନଚାଷୀ ଭାବେ ପଞ୍ଜିକରଣ କରିଥିଲେ । ଅନୁସନ୍ଧାନରୁ ଜଣାପଡିଲା ଯେ ମୋଟ ଚାଷ ଜମି ୧୧.୩୦୫ ଏକର ମଧ୍ୟରୁ ୫.୨୮୬ ଏକର ଜମିରେ ଧାନ ଚାଷ ହୋଇଥିଲା । ଅବଶିଷ୍ଠ ୬.୦୧୯ ଏକର ଜମିରେ ଧାନଚାଷ ହୋଇନଥିବା ବେଳେ ସମସ୍ତ ୧୧.୩୦୫ ଏକର ଜମିରେ ଧନଚାଷ କରିଥିବା ଦର୍ଶାଇ ସରକାରଙ୍କୁ ମୋଟ ୨୦୬ କ୍ୱିଣ୍ଟାଲ ଧାନ ବିକ୍ରି କରି ସରକାରୀ ଧାର୍ଯ୍ୟ ଦରରେ କ୍ୱିଣ୍ଟାଲ ପ୍ରତି ୧୮୬୮ ଟଙ୍କା ହଡପ କରିଥିବାର ଜଣାପଡିଥିଲା । ସ୍ଥାନୀୟ ଜନସାଧାରଣ ଉକ୍ତ ହଡପ ଘଟଣାକୁ ଅବଗତ ହେବାପରେ ଗଜପତି ଜିଲ୍ଲାପାଳହ୍କ ପାଖରେ ଅଭିଯୋଗ କରିଥିଲେ । ପରବର୍ତ୍ତି ସମୟରେ ଜିଲ୍ଲାପାଳହ୍କ ନିରର୍ଦ୍ଦେଶରେ ପାରଳାଖେମୁଣ୍ଡିର ତହସିଲଦାର ଘଟଣାର ସବିଶେଷ ଅନୁସନ୍ଧାନ କରି ଏକ ବିବରଣୀ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଏହି ଠକେଇ କାର୍ଯ୍ୟ ପାଇଁ ଜିଲ୍ଲାପାଳ ଜିଲ୍ଲା ଯୋଗାଣ ଅଧିକାରୀ ଅନାଦି ଚରଣ ସେଠିଙ୍କୁ ତା ୦୯.୦୩.୨୦୨୧ରିଖ ଦିନ ସମ୍ପୃକ୍ତ ବ୍ୟକ୍ତି ଦୁର୍ଗାସି କେଶବ ରାଓଙ୍କ ବିରୋଧରେ ଏଫ୍.ଆଇ.ଆର୍. ରୁଜୁ କରିବା ସହ ୧ଲକ୍ଷ ଟଙ୍କା ଜରିମାନା ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ରାମଲିଙ୍ଗେଶ୍ୱର ସମବାୟ ସମିତି ର ସଂପାଦକ ଇ.ରାମପ୍ରସାଦଙ୍କୁ ନିଲମ୍ବନ କରିଥିଲେ ।


