ରାଷ୍ଟ୍ର ନିର୍ମାଣ ଅଭିଯାନର ‘ବସ୍ତ୍ରବନ୍ଧୁ’ କାର୍ଯ୍ୟକ୍ରମ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ରାଷ୍ଟ୍ର ନିର୍ମାଣ ଅଭିଯାନ’ ପକ୍ଷରୁ ମାଗୁରଗଣ୍ଡ ପାଟଣା ଠାରେ ‘ବସ୍ତ୍ରବନ୍ଧୁ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୁରୁଣା ବସ୍ତ୍ର ସଂଗ୍ରହ କରି ସଂଗଠନ ପକ୍ଷରୁ ବସ୍ତି ଅଞ୍ଚଳରେ ବିତରଣ କରାଯାଇଛି । ଦଶହରା ପାର୍ବଣ ଆସୁଥିବା ବେଳେ ପ୍ରତି ପରିବାରରେ ନୂତନ ବସ୍ତ୍ରର ସମ୍ଭାର । କିନ୍ତୁ ସମାଜରେ ଏମିତି ଅନେକ ଲୋକ ଅଛନ୍ତି ଯାହାଙ୍କ ପାଖରେ ଦୈନନ୍ଦିନ ବ୍ୟବହାର ପାଇଁ ଲୁଗା ବକଟେ ବି ନାହିଁ । ସମାଜର ଏହି ଅଭାବୀ ମଣିଷଙ୍କ ପାଖରେ ପୁରୁଣା ଲୁଗା ନେଇ ପହଞ୍ଚିଛି ସାମାଜିକ “ଅନୁଷ୍ଠାନ ରାଷ୍ଟ୍ର ନିର୍ମାଣ ଅଭିଯାନ” । ଅନୁଷ୍ଠାନର ସଦସ୍ୟମାନେ ବିଭିନ୍ନ ବ୍ୟକ୍ତିଙ୍କ ପାଖରୁ ପୁରୁଣା ଅଥଚ ବ୍ୟବହାର ଉପଯୋଗୀ ଲୁଗା, ସାର୍ଟ, ପ୍ୟାଣ୍ଟ, ଶାଢୀ, ଧୋତି, ଛୋଟ ପିଲାଙ୍କ ଡ୍ରେସ ପ୍ରଭୃତି ସଂଗ୍ରହ କରି ସ୍ଥାନୀୟ ମାଗୁରଗଣ୍ଡ ପାଟଣା ଜନଜାତି ବସ୍ତିରେ ପହଞ୍ଚିଥିଲେ । ଗାଁ ଦାଣ୍ଡରେ ସଂଗୃହିତ ବସ୍ତ୍ର ସବୁ ରଖି ଦିଆଗଲା । ବସ୍ତିର ଲୋକମାନେ ନିଜର ଆବଶ୍ୟକ ମୁତାବକ ବସ୍ତ୍ର ବାଛି ନେଇଥିଲେ । ଆଗାମୀ ଦିନରେ ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ପୂଜା ପାର୍ବଣ ପୂର୍ବରୁ ବିଭିନ୍ନ ଅଞ୍ଚଳରେ ‘ବସ୍ତ୍ରବନ୍ଧୁ’ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ସହାୟତା କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି । ମଳୟ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ବୀରେନ୍ଦ୍ର ଦାସ, ଜ୍ଞାନ ରଞ୍ଜନ ଦାସ, ବିକାଶ ସ୍ୱାଇଁ, ରଶ୍ମିରଞ୍ଜନ ସ୍ୱାଇଁ, ଭଜନ ସୁତାର, ମାତୃଦତ୍ତ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ