ରାସାୟନିକ ସାର ପ୍ରୟୋଗ ପ୍ରଶିକ୍ଷଣ ଶିବିର
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : କୃଷି ବିଭାଗ ସଭାଗୃହ ମଧ୍ୟରେ ରାସାୟନିକ ସାର ବ୍ୟବହାର ଉପଯୋଗୀତା ସମ୍ପର୍କରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସହକାରୀ କୃଷି ଅଧିକାରୀ ଦେବାଶିଷ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଶିବିରରେ ଇଫକୋ ସାର କମ୍ପାନୀ ପକ୍ଷରୁ କ୍ଷେତ୍ର ଅଧିକାରୀ ସୁଦର୍ଶନ ପଣ୍ଡା ଯୋଗଦେଇ ରାସାୟନିକ ସାର ବ୍ୟବହାର ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ଏଥିରେ ବ୍ଲକର ସମସ୍ତ କୃଷକ ସାଥି ଓ ବିଭାଗୀୟ ଗ୍ରାମ୍ୟ କୃଷି କର୍ମଚାରୀ ମାନେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଶିବିରକୁ ଗୋଷ୍ଠୀ ବୈଷୟିକ ପରିଚାଳକ ମାନସ ରଞ୍ଜନ ମହାପାତ୍ର, ପ୍ରମୋଦ କୁମାର ନାୟକ, ମାନସ କୁମାର ଜେନା, ଆଶିଷ କୁମାର ରାଉତ, ଅବିନାଶ ଜେନା ପ୍ରମୁଖ ପରିଚାଳନା କରିଥିଲେ।


