ବ୍ଲକ ସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ କଲେଜ ଠାରେ ଵ୍ଲକ ସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ଶିବରକୁ ମୁଖ୍ୟ ଅତିଥି ଵିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସ କାନ୍ତି ସାମଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା,ଵ୍ଲକ ଅଧକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ,ଵିଡିଓ ଦେବଦତ୍ତ ଦାସ, ତହସିଲଦାର ସରୋଜ କାନ୍ତ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ସଦର ପଂଚାୟତ ସରପଂଚ ଵର୍ଷାରାଣୀ ଜେନା, ସମିତି ସଭ୍ୟ ବିଷ୍ଣୁ ଚରଣ ଦାସ ପ୍ରମୁଖ ଯୋଗଦେଇ ଶିବିର ଆୟୋଜନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁରେନ୍ଦ୍ର ଗମାଙ୍ଗ ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ଵ୍ଲକ ଅଧିକାରିଣୀ ସାନ୍ତୋନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଶିବିରରେ ଶାରୀରିକ ଅକ୍ଷମତା ୮୬,ମାନସିକ ଓ ପକ୍ଷାଘାତ ୩୪, ଚକ୍ଷୁ ବାଧିତ୩୮, ମୁକ ବଧିର୩୫ ଏବଂ ୧୨ବର୍ଷରୁ କମ ୫୮ଜଣ ଭିନ୍ନକ୍ଷମ ଶିଶୁ ରୋଗୀଙ୍କ ସମେତ ମୋଟ ୨୫୧ ଜଣଙ୍କୁ ଚିହ୍ନଟ କରାଯାଇ ପ୍ରମାଣପତ୍ର ଯୋଗାଇ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ଉପ ବିଭାଗ ଅଧିକାରୀ ଆଲାମ ବାବୁ, ଜିପିଓ ମୀନକେତନ ବାରିକ, ହିସାବ ରକ୍ଷକ ଗିରିଜା ଶଙ୍କର ସାହୁ, ସାମାଜିକ ସୁରକ୍ଷା ବିଭାଗ ସହାୟକ ସୁଧାଂଶୁ ପାଢ଼ୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋପାଳ ପଣ୍ଡା, ନରେନ୍ଦ୍ର ରାଉତ, ଅଜିତ ବେହେରା, ପ୍ରକାଶ ନାୟକଙ୍କ ସମେତ ଅଧ୍ୟାପକ ଆନନ୍ଦ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏନଏସଏସ ସ୍ୱେଚ୍ଛାସେବୀ ମାନେ ପରିଚାଳନା କରିଥିଲେ।ଏଠାରେ ସୂଚିତ ପୂର୍ବରୁ ଶିବିର ଆୟୋଜନ ନେଇ କୌଣସି ସୂଚନା ଦିଆଯାଇନଥିବାରୁ ଚଳିତ ବର୍ଷ ଏଥିରେ ଅପେକ୍ଷାକୃତ କମ ଭିନ୍ନକ୍ଷମ ଯୋଗଦେଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ