ରାୟଗଡ଼ରେ ଜୀବନ ବିନ୍ଦୁ : ୫୦ ୟୁନିଟ୍ ରକ୍ତ ସଂଗ୍ରହ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଡାକ୍ତର, ନେତା, ପୁଲିସ୍, ଶିକ୍ଷକ, ବନବିଭାଗ କର୍ମଚାରୀ, ସମାଜସେବୀ ସମସ୍ତେ ରକ୍ତ ଦାନ କଲେ I ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ବିଶ୍ୱ ରକ୍ତ ଦାତା ଦିବସ ଅବସରରେ ଓଡ଼ିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇ ଫିତା କାଟି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏଙ୍ଗାରସିଂ ପଞ୍ଚାୟତର ସରପଞ୍ଚ କୁମାରୀ କାର୍ଯ୍ୟ ପ୍ରଥମେ ରକ୍ତ ଦେଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ l ମୋଟ ୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା l ଏଥିରେ ଡାକ୍ତର, ନେତା, ପୁଲିସ୍, ଶିକ୍ଷକ, ବନ ବିଭାଗ କର୍ମଚାରୀ, ସମାଜସେବୀ ସମସ୍ତେ ରକ୍ତ ଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜିକା ଇନ୍ଦିରା ପଟନାୟକ, ରାୟଗଡ଼ ଥାନା ଅଧିକାରୀ ଗୋବିନ୍ଦ ଗୌଡ, ଜିଲ୍ଲା ସଭାପତି ପ୍ରଦୀପ ନାୟକ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର୍. ବିଜୟ କୁମାର ଓ ଅନ୍ୟ ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି ପରିଚାଳନା କରିଥିବା ବେଳେ ବିଜେଡି ବ୍ଲକ ସଭାପତି ସୀମା ମହାନ୍ତି, ସନ୍ୟାସୀ ପାଇକ, ଜୁନସ ସ୍ୱାଲସିଂ ପ୍ରମୁଖ ସହୋଯାଗ କରିଥିଲେ l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ