ନାଭି ମୁମ୍ବାଇରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା
ମୁମ୍ବାଇ, (ଓ୍ବାଇଏନ୍ଏସ୍) : ନାଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ପକ୍ଷରୁ ମନ୍ଦିରର ସ୍ନାନ ମଣ୍ଡପକୁ ଶ୍ରୀ ଜିଉଙ୍କୁ ଅଣଶଯିବା ପରେ ୧୦୮ ତିର୍ଥ ଜଳରେ ସ୍ନାନ କରାଯାଇଥିଲା । ଏହା ପରେ ହାତୀ ବେଶ କରାଯାଇଥିଲା । ପରେ ଆଳତୀ ଓ ପୂଜା କରାଯାଇଥିଲା । ଏହି ଉପଲକ୍ଷେ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଶେଷରେ ଏକ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ପ୍ରସାଦ ସେବନ କରାଯାଇଥିଲା । ଟ୍ରଷ୍ଟର ସଦସ୍ୟ ଓ ସେବକମାନେ ଏହାକୁ ପରିଚାଳଣା କରିଥିଲେ ।


