କେନ୍ଦ୍ର ମନ୍ତ୍ରୀ ଏ. ନାରାୟଣ ସ୍ୱାମୀଙ୍କ ଦୁଇଦିନିଆ ଗଜପତି ଗସ୍ତ 

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଦୁଇ ଦିନିଆ ଗସ୍ତର ପ୍ରଥମ ଓ ଦ୍ବିତୀୟ ଦିନରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ଶସସ୍ତିକରଣ ମନ୍ତ୍ରୀ ଏ. ନାରାୟଣ ସ୍ୱାମୀ ପାରଳାଖେମୁଣ୍ଡି ପହଞ୍ଚି ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ବିଧାୟକ କେ.ନାରାୟଣରାଓଙ୍କ ସହ ଆଲୋଚନା ପରେ କାଶୀନାଗର ବ୍ଲକ ଗସ୍ତ କରି ବ୍ଲକ ର ମୋଡେଲ ସ୍କୁଲ ଗସ୍ତ କରି ସେଠାକାର ଆଧୁନିକ ଶିକ୍ଷା ବ୍ୟବସ୍ଥା କିଭଳି ଚାଲିଛି ଅନୁଧ୍ୟାନ କରିଥିଲେ ,ସେଠାକାର ସ୍ମାର୍ଟ ସ୍କୁଲ ବ୍ୟବସ୍ଥାରେ ପାଠ୍ୟକ୍ରମ ପରିଚାଳିତ ସମସ୍ତ ବ୍ୟବସ୍ଥାକୁ ସେଠାକାର କର୍ମଚାରୀ ଙ୍କ ଠାରୁ ପଚାରି ବୁଝିଥିଲେ।ଏହାପରେ ବ୍ଲକ ର ବିସିରିଂ ଗ୍ରାମ ଗସ୍ତ କରି କେନ୍ଦ୍ରୀୟ ଯୋଜନା ଗୁଡିକ ଗ୍ରାମାଞ୍ଚଳ ସ୍ଥଳରେ କିପରି କାର୍ଯ୍ୟକାରୀ ହେଉଛି ସେହି ସମ୍ପର୍କରେ ଅନୁଧ୍ୟାନ କରି ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଶ୍ବର ଚନ୍ଦ୍ର ନାଏକ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଆରସେଟି ସମ୍ମିଳନୀ କକ୍ଷ ଏବଂ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଙ୍କ ସହ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ମନ୍ତ୍ରୀ ନାରାୟଣ ସ୍ୱାମୀ ସମୀକ୍ଷା ରେ ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ, କୃଷି ଏବଂ କୌଶଳ ବିକାଶ କ୍ଷେତ୍ର କୁ ଗୁରୁତ୍ୱ ଦେଇଥିବା ବେଳେ କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ତଥା ମୋଦୀ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ଆସନ୍ତା କାଲି ପାରଳା ସହରର କେତେକ ସାହି ପରିଦର୍ଶନ କରିବା ସହ କାଶୀନଗର ଓ ଗୋଷାଣୀ ବ୍ଲକର କେତେକ ଗ୍ରାମାଞ୍ଚଳ ଯିବାକୁ କାର୍ଯ୍ୟକ୍ରମ ରହିଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ