କରୋନା କଟକଣାରେ ଘଟଗାଁ; ବାରାହାଟିପରା ନୀଳକଣ୍ଠେଶ୍ୱର ଶୈବପୀଠରେ ମକର ସଂକ୍ରାନ୍ତି ପାଳିତ

ଚଳିତ ବର୍ଷ ବନ୍ଦ ହେଲା ପ୍ରଶିଦ୍ଧ ବରାହାଟିପୁରା ମକର ମେଳା
ଘଟଗାଁ,(ନାରାୟଣ ପଲାଇ):ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ମକର ସଂକ୍ରାନ୍ତି କୁ ଏକ ଗଣ ପର୍ବ ଭାବେ ମାନ୍ୟତା ମିଳିଛି । ମକର ସଂକ୍ରାନ୍ତି ଅବସରରେ ସମଗ୍ର କେନ୍ଦୁଝର ଜିଲ୍ଲା ଉତ୍ସବ ମୂଖରୀତ ହୋଇଥାଏ । ମାଘ ମାସର ପ୍ରଥମ ସଂକ୍ରାନ୍ତିକୁ ମକର ସଂକ୍ରାନ୍ତି ପାଳିତ ହେଉଥିବା ବେଳେ ଘଟଗାଁର ବାରାହାଟିପରାରେ ଏହି ପର୍ବ ୧୫ ଦିନ ପର୍ଯ୍ୟନ୍ତ ପାଳିତ ହୁଏ । ଏହି ମକର ସଂକ୍ରାନ୍ତି ଦିନ ପ୍ରଭୁ ନୀଳକଣ୍ଠେଶ୍ୱରଙ୍କ ଆବିର୍ଭାବ ହୋଇଥିବା କାରଣରୁ ବହୁ ପୁରାତନ ଦିନରୁ ଏଠାରେ ମହା ଆଡମ୍ବର ସହକାରେ ମକର ସଂକ୍ରାନ୍ତି ପାଳିତ ହୁଏ । ଏହି ବରାହଟିପୁରା ମକର ମେଳା ଜିଲ୍ଲା ତଥା ଜିଲ୍ଲା ବାହାରେ ବେଶ ପ୍ରସିଦ୍ଧ । ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଶିବ ଭକ୍ତ ଏହିଠାରେ ମକର ସଂକ୍ରାନ୍ତି ଅବସରେର ୧୫୨ ପାହାଚ ଚଢି ପାହାଡ ଉପରେ ଥିବା ବାବା ନୀଳକଣ୍ଠେଶ୍ୱରଙ୍କ ଦର୍ଶନଲାଭ କରିଥାନ୍ତି । ପରେ ପରେ ଭକ୍ତ ମାନେ ମନ୍ଦିର ତଳେ ମକର ବେଢା ଭାବେ ପରିଚିତ ଗୁମ୍ଫାରେ ପ୍ରବେଶ କରିଥାନ୍ତି । ଏହି ମକର ସଂକ୍ରାନ୍ତିରେ ମକର ବେଢା ବୁଲିବା ବେଳେ ଭକ୍ତ ମାନଙ୍କର ମୁଣ୍ଡରେ ବାବା ନୀଳକଣ୍ଠେଶ୍ୱରଙ୍କ ପାଦୁକା ପଡିଥାଏ ଫଳରେ ଭକ୍ତ ମାନଙ୍କର ସମସ୍ତ ପାପ ଧୋଇ ହୋଇଯାଏ ବୋଲି ବିଶ୍ୱାସ ରହିଛି । କିମ୍ବଦନ୍ତୀ ଅନୁଯାୟୀ ଭ୍ରମର ନାମର ଜଣେ ଶବର ଆଳୁ ଖୋଳୁ ଥିବା ସମୟରେ ପ୍ରଭୁଙ୍କ ଉପରେ କୋଡି ବାଜିବାରୁ ଶିବ ଲିଙ୍ଗରୁ ରକ୍ତ ସ୍ରାବ ହୋଇଥିଲା ଏବଂ ସେହି ଶବର ସେଠାରେ ଚେତାଶୂନ୍ୟ ହୋଇ ଯାଇଥିଲେ । ପରେ ମହାଦେବଙ୍କ ସ୍ୱପ୍ନାଦେଶ ପାଇ ସେଠାରେ ସେ ଶିବଙ୍କ ପୂଜା ଆରମ୍ଭ କରିଥିଲେ । ତେଣୁ ମକର ସଂକ୍ରାନ୍ତି ଅବସରରେ ପ୍ରଥମେ ଶବରମାନେ ରାତି ୪ ଘଟିକାରୁ ବାବା ନୀଳକଣ୍ଠେଶ୍ୱରଙ୍କ ପୂଜା କରିଥାନ୍ତି ଓ ପରେ ପରେ ପୂଜକ ମାନେ ସକାଳୁ ସକାଳୁ ବାବା ନୀଳକଣ୍ଠେଶ୍ୱରଙ୍କୁ ସ୍ନାନ କରାଇ ବିଧୀ ଅନୁଯାୟୀ ପୂଜା କାର୍ଯ୍ୟ କରିଥାନ୍ତି । ତା ସହିତ ମନ୍ଦିର ତଳେ ଥିବା ପଡିଆରେ ଆଜି ଠାରୁ ୧୫ ଦିନ ଧରି ଜାକଜମକରେ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଥିରେ ଫିଲ୍ପ ହଲ୍ ଠାରୁ ଆରମ୍ଭ କରି ଓପେରା, ମିନା ବଜାର, ବଡ ବଡ ଦୋଳି ସାଙ୍ଗକୁ ବିଭୀନ୍ନ ପ୍ରକାରର ଚଟ୍‌ପଟା ଖାଦ୍ୟର ଆସର ଜମିଥାଏ । କିନ୍ତୁ ଚଳିତ ବର୍ଷ କରୋନା ଯୋଗୁଁ ପ୍ରଶିଦ୍ଧ ବରାହାଟିପୁରା ମକର ମେଳା ବନ୍ଦ ହୋଇଯାଇଛି । କେବଳ  ନିଳକଣ୍ଠେଶ୍ୱର ବାବାଙ୍କ ନିକଟରେ କରୋନା ନିୟମକୁ ପାଳନ କରି ମକର ସଂକ୍ରାନ୍ତି ପାଳିତ ହେଉଅଛି । ତେଣୁ ଆଜି ଯଥାରିତି ପୁଜାହେବା ପରେ ସକାଳୁ ସଂଦ୍ଧ୍ୟା ପର୍ଯ୍ୟନ୍ତ ମନ୍ଦିର ପରିଷରରେ କେବଳ ହୋମ ଯଜ୍ଞ ଓ ଭାଗବତ ପାଠ କରାଯିବ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ