ରେଶମ ସହରରେ ୭୩ତମ ସ୍ୱାଧୀନତା ଦିବସ ପାଳିତ
ବ୍ର୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଷ୍ଟାଡିୟମଠାରେ ବହୁ ଆଡମ୍ବରର ସହକାରେ ପାଳିତ ହୋଇଯାଇଛି ୭୩ତମ ସ୍ୱାଧିନତା ଦିବସ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଦକ୍ଷୀଣାଞ୍ଚଳ ରାଜସ୍ୱ ଆୟୁକ୍ତ ଟି.ଆଓ ଯୋଗଦେଇ ପତାକା ଉତ୍ତୋଳନ କରିବାସହ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ପ୍ୟାରଡ କରିବା ସହ । ଚିତ୍ତା କର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବ୍ରହ୍ମପୁର ଏସ.ପି ପିନାକ ମିଶ୍ର , ବ୍ରହ୍ମପୁର ଉପଜିଲ୍ଲାପାଳ ଶିନ୍ଧେ ଦତ୍ତାତ୍ରୟ ଭାଉସାହେବ ଙ୍କ ସହ ବ୍ରହ୍ମପୁର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଉପସ୍ଥିତ ଥିଲେ ।


