ରୋଗୀକୁ ନେଇ ଯାଉଥିବା ଆମ୍ବୁଲାନ୍ସ ଖରାପ,ରାସ୍ତାରେ ଘଣ୍ଟାଏ ଅଟକିଲା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ଜଣେ ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଖଜୁରିପଡ଼ା ସ୍ଥିତ ପ୍ରାଣୀ ଚିକିତ୍ସା କେନ୍ଦ୍ର ନିକଟରେ ଖରାପ ହୋଇଯିବା ଫଳରେ ପ୍ରାୟ ଏକ ଘଣ୍ଟା ଧରି ଆମ୍ବୁଲାନ୍ସଟି ବାଟରେ ଅଟକିଥିଲା। ପରେ ଫୁଲବାଣୀରୁ ଆଉ ଏକ ଆମ୍ବୁଲାନ୍ସ ପହଞ୍ଚି ଉକ୍ତ ରୋଗୀଙ୍କୁ ଚିକିତ୍ସା ପାଇଁ କଟକ ନେଇଥିବା ପ୍ରକାଶ।ଖବର ପ୍ରକାରେ, କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଡ଼ଙ୍ଗାସାହିର ଦମୟନ୍ତି ବେହେରା ନାମକ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅଧିକ ଚିକିତ୍ସାର ଆବଶ୍ୟକ ଯୋଗୁଁ ତାଙ୍କୁ ରାତିରେ ଆମ୍ବୁଲାନ୍ସରେ କଟକ ନିଆଯାଉଥିବା ବେଳେ ଉକ୍ତ ଗାଡ଼ିଟି ଖରାପ ହୋଇଯାଇଥିଲା। ଏହାପରେ ଗାଡ଼ିରେ ବସିଥିବା ପରିବାରର ଅନ୍ୟ ସଦସ୍ୟମାନେ ଚିନ୍ତାରେ ପଡ଼ିଯାଇଥିବା ବେଳେ ପ୍ରାୟ ଏକଘଣ୍ଟା ପରେ ଅନ୍ୟ ଏକ ଆମ୍ବୁଲାନ୍ସ ପହଞ୍ଚି ରୋଗୀକୁ ଚିକିତ୍ସା ପାଇଁ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ