ବିଜେପି ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱଛ ଭାରତ କାର୍ଯ୍ୟକ୍ରମ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ସେବା ସପ୍ତାହର ଉଦଯାପନ ହୋଇଯାଇଛି । ରବିବାର ଶେଷ କାର୍ଯ୍ୟକ୍ରମ ସ୍ୱରୂପ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱଛ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ପୈାରାଚଂଳର ତିନିମୁହାଣିଛକ, ୩ନମ୍ବର ୱାର୍ଡର ଇଛାପୁର, ମୁଳବସନ୍ତ, କୋରୋ, ଢୋଲୋ , କଳପଡା ଓ ଗାଙ୍ଗପଡା ପ୍ରଭୃତି ଗ୍ରାମପଂଚାୟତରେ, ଆଳି ନିର୍ବାଚନ ମଣ୍ଡଳିର କଂଟପଡା, କଣ୍ଡିଆହାଟ, ଏକମାଣିଆ, ଅଟାଳ ଓ ବିଲିକଣା ଗ୍ରାମପଂଚାୟତ, ରାଜନଗର ନିର୍ବାଚନ ମଣ୍ଡଳିର ଚନ୍ଦ୍ରମଉଳୀ ମନ୍ଦିର, ସଙ୍ଗରା ମହାବୀର ମନ୍ଦିର, ଛୁଆଳିଆ ମନ୍ଦିର, ମାଟିଆ ମଙ୍ଗଳା ମନ୍ଦିର, କୋଇଲିପୁର ରାଧାକୃଷ୍ଣ ମନ୍ଦିର, ତାଳଚୁଆ ଜୟଦୁର୍ଗା ମନ୍ଦିର, ଦାଣ୍ଡି ଗ୍ରାମପଂଚାୟତ, ପାଟକୁରା ନିର୍ବାଚନ ମଣ୍ଡଳିର ଗରଦପୁର, ଗୋଧନ, ମହାକାଳପଡା ନିର୍ବାବନ ମଣ୍ଡଳିର ରାଘବପୁର, ଆଖୁଆଦକ୍ଷିଣୀ, ବଳିପାଳ ଓ ବଡକୂଳ ପ୍ରଭୃତି ଗ୍ରାମପଂଚାୟତରେ କାର୍ଯ୍ୟକର୍ତ୍ତାମାନେ ସଫେଇ କାର୍ଯ୍ୟ କରିବା ସହ ଲୋକମାନଙ୍କୁ ସ୍ୱଛତା ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ବିଧାୟକ ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକ, ସୁନାକର ବେହେରା, ଅଲେଖ ଜେନା, ବିଜୟ ପ୍ରଧାନ, ନଗର ସଭାପତି ଦିଲ୍ଲିପ କୁମାର ଦାଶ, କୃଷ୍ଣ ଚନ୍ଦ୍ର ପଣ୍ଡା, ଦିଲ୍ଲିପ ଦାସ, ନେହେରୁ ସାହୁ, ଅଭିମନ୍ୟୁ ଗୋଛାୟତ, ପ୍ରିୟଦର୍ଶିନୀ ନନ୍ଦ, ସୁନାକର ପ୍ରଧାନ, ମିହୀର ସାମଲ, ରଞ୍ଜିତ ଆଚାର୍ଯ୍ୟ, ଅବିନାଶ ସ୍ୱାଇଁ, ଉମାକାନ୍ତ ନାୟକ, ମୁକ୍ତିକାନ୍ତ ସ୍ୱାଇଁ, ପ୍ରଶାନ୍ତ ସେଠୀ, ସୁଦାମ ମଳିକ, ଅମିତାଭ ସୁଆର, ଅଶୋକ ସେଠୀ, ରାଜେନ୍ଦ୍ର ପତି, ମନୋଜ ଦାଶ, ବାଦଲ ନନ୍ଦ, ଶଶାଙ୍କ ସେଠୀ ପ୍ରମୁଖ ପରିଚାଳନା କରିଥିଲେ । ସେହିପରି ବିଜେପି ଅନୁସୁଚିତ ଜାତି ମୋର୍ଚ୍ଚା ପକ୍ଷରୁ ଇଛାପୁର ଦଳିତ ବସ୍ତିରେ ଫଳ ବଂଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ