ରୋଗୀ କଲ୍ୟାଣ ସମିତି ବୈଠକ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ଗୋଲକ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର କମଳାକାନ୍ତ ସ୍ୱାଇଁ ଯୋଗଦେଇ ପୂର୍ବବର୍ଷର ଆୟବ୍ୟୟ ସମ୍ପର୍କରେ ମତ ରଖିଥିଲେ । ଏହାଛଡା ଆସନ୍ତା ବର୍ଷ ଡାକ୍ତରଖାନା ପରିସରରେ ପାର୍କିଂ ଏରିଆ କଂକ୍ରିଟକରଣ, ଓøଷଧିୟ ବଗିଚା ସ୍ଥାପନ, କଲର, ପେଣ୍ଟିଂ ବାବଦରେ ଖର୍ଚ୍ଚ ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଆୟୋଜିତ ବୈଠକରେ ଜନସ୍ୱାସ୍ଥ୍ୟ ଅଧିକାରିଣୀ ଅନିତାରାଣୀ ରାଉତ, ପ୍ରୋଗ୍ରାମ ମ୍ୟାନେଜର ରଶ୍ମିରେଖା ପୃଷ୍ଟି, ରଞ୍ଜିତ ବରାଳ, ଏବିଓ ପୁରୁଷୋତ୍ତମ ଧଳ, ବିଜୟାନନ୍ଦ ରାଉତ, ହେମନ୍ତ ଜେନା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ