ବରିଷ୍ଠ ନାଗରିକଙ୍କ ସ୍ମୃତିସଭା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବଜାର କାଳୀମଣ୍ଡପ ଠାରେ ଅବସର ପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ ନାଗରିକ ସୁରେନ୍ଦ୍ରନାଥ ଦାସ ଓ ଡାକ୍ତର ଉପେନ୍ଦ୍ର ମହାପାତ୍ରଙ୍କ ବିୟୋଗରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆୟୋଜନ ହୋଇଥିବା ଉକ୍ତ ସ୍ମୃତି ସଭାରେ ଶିକ୍ଷାବିତ ଲକ୍ଷ୍ମୀଧର ନାୟକ ଅଧ୍ୟକ୍ଷତା କରିଥିଲେ । ଏଥିରେ ବରିଷ୍ଠ ସାହିତ୍ୟିକ ତଥା ନାଟ୍ୟକାର ସୁଧାକର ନନ୍ଦ, ଅବସରପ୍ରାପ୍ତ ଶିକ୍ଷକ ନଟବର ରାଉଳ, ଗୋଲକ ଚନ୍ଦ୍ର ନାୟକ, ପବନ କୁମାର ନାୟକ, ସରପଞ୍ଚ ବିଜୟ ସ୍ୱାଇଁ, ସମାଜସେବୀ ରଜନୀକାନ୍ତ ଚନ୍ଦ, ଅଧ୍ୟାପକ ଭରତ ଚନ୍ଦ୍ର କରଣ ପ୍ରମୁଖ ଉପସ୍ଥିତ ରହି ଦୁଇ ମହାନ ଆତ୍ମାର ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୋଗେନ୍ଦ୍ରନାଥ ଦାସ, ସରପଞ୍ଚ ବିଜୟଶଙ୍କର ମହାନ୍ତି, ନାରାୟଣ ଚନ୍ଦ୍ର ପୋଥାଳ, ବିଶ୍ୱମ୍ବର ନାଥ, ଧ୍ରୁବଚରଣ ବାରିକ, ଅଜୟ ରାଉତ, ବସନ୍ତ କୁମାର ରାଉତ, ଧନେଶ୍ୱର ନାୟକ, ଲକ୍ଷ୍ମୀଧର ସାହୁ, ଉମାକାନ୍ତ ଜେନା, ଦିବାକର ଜେନା, ଚିନ୍ତାମଣି ନାୟକ ପ୍ରମୁଖ ଉପସ୍ଥିତ ରହି ଦିବଗଂତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ବରିଷ୍ଠ ସମାଜସେବୀ ଅନନ୍ତ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବାବେଳେ କାର୍ଯ୍ୟକ୍ରମକୁ ରବିନ୍ଦ୍ର କୁମାର ଦେବତା, ହେମନ୍ତ କୁମାର ପଣ୍ଡା, ଉପେନ୍ଦ୍ର ପରିଡା, ଧନେଶ୍ୱର ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ