ରୋଟାରୀର କ୍ଲବ ପକ୍ଷରୁ ନିଃଶୁଳ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ରୋଟାରୀ କ୍ଲବ ଚକ୍ଷୁ ଚିକିତ୍ସାଳୟ ଆନୁକୂଲ୍ୟରେ ମର୍ଦ୍ଦରାଜପୁର ଠାରେ ମୋତିଆବିନ୍ଦୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚିହ୍ନଟ ୯ ମୋତିଆବିନ୍ଦୁ ରୋଗୀଙ୍କୁ ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ଅଣାଯାଇ ଅସ୍ତ୍ରୋପଚାର କରାଯାଇଛି । ସେହିଭଳି ମୋତିଆବିନ୍ଦୁ ଯାଞ୍ଚ ସହ ଅସ୍ତ୍ରୋପଚାର କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ବାଲେଶ୍ୱର ରୋଟାରୀ କ୍ଲବ ପକ୍ଷରୁ ନୀଳଗିରି, ଔପଦା, ସୋର, ଜଳେଶ୍ୱର ଏବଂ ବାଲିଆପାଳ ଶାଖା କ୍ଲବଙ୍କୁ ଦାୟିତ୍ୱ ଦିଆଯାଇଛି । ରୋଗୀମାନଙ୍କର ମୋତିଆବିନ୍ଦୁ ପରୀକ୍ଷା ସହ ନିଃଶୁଳ୍କ ଅସ୍ତ୍ରୋପଚାର କରିବାରେ ଉପଦେଷ୍ଟା ସୁବ୍ରତ କର, ଅଧ୍ୟକ୍ଷ ମାତୃଦତ୍ତ ଦାସ, ବିଷ୍ଣୁଦାସ କୁଣ୍ଡୁ, ସୁଧାଂଶୁ ଶେଖର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।


