ହେଲଦି ଲାଇଫରେ ବିଶ୍ୱକଲ୍ୟାଣ ଯଜ୍ଞ
ବାଲେଶ୍ୱର, (ସରୋଜ ପଣ୍ଡା):ଇନଷ୍ଟିଚ୍ୟୁଟ ଅଫ ନେଚର କିଓର ଏଣ୍ଡ ଯୋଗିକ ସାଇନ୍ସ ‘ହେଲଦି ଲାଇଫ ଯୋଗ ମହାବିଦ୍ୟାଳୟ’ରେ ବିଶ୍ୱକଲ୍ୟାଣ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପିଞ୍ଛାବଣିଆ ଆର୍ଯ୍ୟସମାଜ ଗୁରୁକୁଳ ଆଶ୍ରମର ଆଚାର୍ଯ୍ୟ ବିଜୟ ଓ ବ୍ରହ୍ମଚାରୀ ଛାତ୍ରମାନେ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ । ବେଦମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ଆହୁତି କର୍ମକାଣ୍ଡରେ ହେଲଦି ଲାଇପ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ । ବେଦ ବିଜ୍ଞାନ ଅନୁସାରେ ରୋଗମୁକ୍ତି, ମାନସିକ ଶାନ୍ତି, ପରିବାର ଶାନ୍ତି ପ୍ରଭୃତି ପାଇଁ ଯୋଗ ଓ ଯଜ୍ଞର ବିଧି ରହିଛି ବୋଲି ଆଚାର୍ଯ୍ୟ ବିଜୟ ପ୍ରକାଶ କରିଥିଲେ । ଯଜ୍ଞର ଉପାଦେୟତା ସମ୍ପର୍କରେ ସେ ବିସ୍ତୃତ ଭାବେ ଏଥିରେ ଆଲୋଚନା କରିଥିଲେ । ହେଲଦି ଲାଇଫର ମୁଖ୍ୟ ଡାକ୍ତର ଚିତ୍ତରଂଜନ ସାହୁ ଓ ନିର୍ଦ୍ଦେଶିକା ଦେବୀ ଅର୍ଚ୍ଚନା ଏଥିରେ ଉପସ୍ଥିତ ରହି ଗୁରୁବାର ତଥା ପୂର୍ଣ୍ଣମୀ ତିଥିରେ ଯଜ୍ଞ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।


