ଆୟୁର୍ବେଦିକ ଚିକିତ୍ସାଳୟରେ ଧନ୍ୱନ୍ତରୀ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଜିଲା ଆୟୁର୍ବେଦିକ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୁର୍ବେଦର ପ୍ରବର୍ତ୍ତକ ଭଗବାନ ଧନ୍ୱନ୍ତରୀଙ୍କ ଜୟନ୍ତୀ ଏବଂ ଜାତୀୟ ଆୟୁର୍ବେଦ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ଆୟୁର୍ବେଦ ଚିକିତ୍ସାଧିକାରୀ ଡାକ୍ତର ହରିଶ୍ଚନ୍ଦ୍ର ପାଣିଗ୍ରାହୀ ସଭାପତିତ୍ୱ କରିବା ସହିତ ଆୟୁର୍ବେଦ ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ସୂଚନା ଦେଇଥିଲେ । ଡାକ୍ତର ଶାନ୍ତନୁ ଦାସ, ଡାକ୍ତର ସୁରେନ୍ଦ୍ର ମହାରଣା, ଡାକ୍ତର ଅଶୋକ ଦାସ, ଡାକ୍ତର ପ୍ରମୋଦ କୁମାର ରାଉତ, ଡାକ୍ତର ବିଜୟ କୁମାର ପଣ୍ଡା, ଡାକ୍ତର ପ୍ରଭାକର ପଣ୍ଡା, ଡାକ୍ତର ସୁଧାଂଶୁ ଶେଖର ଦାସ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ନିରୋଗ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଆୟୁର୍ବେଦ ଚିକିତ୍ସାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । କୌଣସି ରୋଗରେ ତୁରନ୍ତ ଯନ୍ତ୍ରଣା ଉପସମ ପାଇଁ ଲୋକେ ଆଧୁନିକ ଚିକିତ୍ସା ଉପରେ ନିର୍ଭରଶୀଳ ହୋଇଥିବା ବେଳେ ସମ୍ପୂର୍ଣ୍ଣ ନିରୋଗ ହେବାକୁ ଆୟୁର୍ବେଦ ଚିକତ୍ସା ହିଁ ଏକମାତ୍ର ବିକଳ୍ପ ଭାବେ ସାବ୍ୟସ୍ତ ହୋଇଥିବା ସେମାନେ କହିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଡାକ୍ତର ସୁଶାନ୍ତ କୁମାର ଶାସ୍ତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଡାକ୍ତର ଜୟନ୍ତ ପ୍ରଧାନ, ଡାକ୍ତର ସୁଭଦ୍ରା ବେହେରା, ଡାକ୍ତର ଅଲି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଆୟୁର୍ବେଦିକ କାର୍ଯ୍ୟାଳୟର ଉପ-ବିଭାଗୀୟ ଅଧିକାରୀ ହିମାଂଶୁ ଶେଖର ଦାସ କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହିତ ଉପସ୍ଥିତ ଡାକ୍ତର ଓ ସହକାରୀଙ୍କ ଶପଥପାଠ କରାଇଥିଲେ । ଡାକ୍ତର ଅଜୟ କୁମାର ସେଣ୍ଢ ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ