ମା”ବାସନ୍ତୀ ଦୁର୍ଗା ଜମି ବିବାଦ: କମିଟି ପକ୍ଷରୁ ମିଥ୍ୟା ପ୍ରଚାର ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ
ଧାମନଗର (ଓ୍ବାଇଏନଏସ): ଧାମନଗର ଏନ ଏ ସି ଅଧିନ ଶ୍ୟାମପୁର ସ୍ଥିତ ମା”ବାସନ୍ତୀଦୁର୍ଗା ପୂଜା କମିଟିର ଟ୍ରଷ୍ଟ ଏବଂ ଜମିର ମାରଫାତଦାରଙ୍କ ମଧ୍ୟରେ ଜମି ବିବାଦ ଲାଗି ଏବେ ଏକ ନୂଆ ମୋଡ଼ ନେଇଛି। ଏହି ଜମି ଉପରେ ବିବାଦ ଲାଗି ରହିଥିବା ବେଳେ ଧାମନଗର ପରେ ଭଦ୍ରକ କୋର୍ଟରେ ବିଚାରଧିନ ଅଛି। ସୋମବାର ୫ଟା ସମୟରେ ବାସନ୍ତୀ ପଡିଆ ପରିସରରେ ଟ୍ରଷ୍ଟ ସମ୍ପାଦକ ନାରାୟଣ ଚନ୍ଦ୍ର ମହାପାତ୍ରଙ୍କ ଆହ୍ୱାନ କ୍ରମେ ମା”ବାସନ୍ତୀ ଦୁର୍ଗା ପୂଜା କମିଟି ପକ୍ଷରୁ ମିଥ୍ୟା ପ୍ରଚାର ବିରୁଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକ ପରିଷଦର ସଦସ୍ୟ ଭାସ୍କର ଚନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀଙ୍କ ନଗର ପ୍ରତିନିଧି କୈଳାସ ଚନ୍ଦ୍ର ମହାପାତ୍ର,ସାଂସଦ ନଗର ପ୍ରତିନିଧି ସରୋଜ ମହାପାତ୍ର,ବରିଷ୍ଠ ନାଗରିକ ପରିଷଦର ସଭାପତି ଅନିଲ କୁମାର ବାରିକ, ଆଇନଜୀବୀ ଅଜିତ ଦାସ,ସମାଜସେବୀ ରାମଚନ୍ଦ୍ର ଜେନା,ପ୍ରଭାକର ସ୍ୱାଇଁ,ନାରାୟଣ ଚନ୍ଦ୍ର ରାଉତ,ରମେଶ ମହାପାତ୍ର,ପର୍ଶୁରାମ ମହାପାତ୍ରଙ୍କ ଧାମନଗର ଅଞ୍ଚଳର ବହୁ ସମାଜସେବୀ,ବୁଦ୍ଧିଜୀବୀ ଓ ଓ ଯୁବକ ପ୍ରମୁଖ ଯୋଗ ଦେଇଥିଲେ। କମିଟିର ସୂଚନା ଅନୁଯାୟୀ ମନ୍ଦିରର ଉନ୍ନତି କରିବା ପାଇଁ ଏକ ରେଜିଷ୍ଟ୍ରେଡ଼ କମିଟି ଗଠନର ଆବଶ୍ୟକତା ପଡ଼ିବାରୁ ମା’ ବାସନ୍ତି ଦୁର୍ଗା ନାମରେ ଏକ ଟ୍ରଷ୍ଟ ୨୦୨୪ ମସିହାରେ ରେଜିଷ୍ଟେସନ କରାଯାଇଛି। ପରେ ଧାମନଗର ବିଧାୟକ ତଥା ମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ସଂସ୍କୃତି ବିଭାଗ ତରଫରୁ ମନ୍ଦିରର ଉନ୍ନତି ଓ ସୁନ୍ଦର୍ଯ୍ୟକରଣ ପାଇଁ ସହାୟତା ପ୍ରଦାନ କରିଛନ୍ତି। ବର୍ତମାନ ସମସ୍ତ ‘କାର୍ଯ୍ୟ କମିଟିର ନିଷ୍ପତି କମିଟି ରିଜୁଲେସନ ଅନୁସାରେ କରାଯାଉଛି ବୋଲି ଟ୍ରଷ୍ଟର ସଭାପତି କୈଳାସ ଚନ୍ଦ୍ର ମହାପାତ୍ର ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ମାରଫାତଦାର ମାନେ କୋର୍ଟର କେସ କରି ଲୋକମାନଙ୍କୁ ଭ୍ରମିତ କରିବା ଓ ସମ୍ପତି ଲୋଭ ପାଇଁ କରିଛନ୍ତି ବୋଲି ଟ୍ରଷ୍ଟ ପକ୍ଷରୁ ଅଭିଯୋଗ କରାଯିବା ସହିତ ଆହ୍ବାନ ଦେଇଛନ୍ତି। ଯଦି ମାର୍ଫତଦାରମାନେ ବାସନ୍ତୀ ଦୁର୍ଗା ସମ୍ପତ୍ତିର ଉନ୍ନତି ଓ ସୁରକ୍ଷା ଚାହୁଁଛନ୍ତି ତେଵେ ଅଯଥା ବିଭ୍ରାନ୍ତ ସୣଷ୍ଟି ନକରି ସେମାନେ ପୂଜା କମିଟି ସହ ଆପୋଷ ସମାଧାନ ପାଇଁ ଆଲୋଚନା କରନ୍ତୁ ବୋଲି ଟ୍ରଷ୍ଟ ବୋର୍ଡର କର୍ମକର୍ତ୍ତାମାନେ ସାମ୍ବାଦିକ ସମ୍ମିଳନୀରେ ଖୁଲମ ଖୁଲା ସୂଚନା ଦେଇଛନ୍ତି। ଅପରପକ୍ଷ ପୂର୍ବରୁ ଉକ୍ତ ଜମି ଉପରେ ବିବାଦ ଲାଗି ରହିଥିବା ବେଳେ ଧାମନଗର କୋର୍ଟ ଏବେ ଭଦ୍ରକ ଦୌରାଜଜଙ୍କ ଅଦାଲତରେ ମିସ୍ କେସ ନଂ ୧୧୫/୨୬ ଏବଂ ଆଇ,ଏ- ୭୧/୨୬ ମୂଳେ ବିଚାରଧିନ ଅଛି।ସବୁ କାଗଜପତ୍ର ଦେଖି ଦୌରାଜଜ ଶୁଣାଣି କରି ମା”ବାସନ୍ତୀ ଦେବୀ ଠାକୁରାଣୀ ବିଜେ ଧାମନଗର ଙ୍କର ଖାତା ୯୨୮ ଏବଂ ୯୮୪ ରେ ଥିବା ୭ ଗୋଟି ପ୍ଲଟ ଉପରେ ଗତ ୨୫/୦୯/୨୬ ତାରିଖରେ ମାନ୍ୟବର କୋର୍ଟ ନିଷେଧାଦେଶ ଜାରି କରିଛନ୍ତି। ଜମିର ମାରଫାତଦାର ମାନେ କୋର୍ଟର ଅବମାନନାକୁ ନେଇ ଗତ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଘୋର ନିନ୍ଦା କରିବା ସହ କୋର୍ଟ ଅବମାନନା କାରିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶୈଳନ୍ଦ୍ର ମହାପାତ୍ର,ଲଲକ୍ଷ୍ମୀ କାନ୍ତ ମହାପାତ୍ର,ପ୍ରକାଶ ଚନ୍ଦ୍ର ମହାପାତ୍ର, କୃଷ୍ଣ ଚନ୍ଦ୍ର ମହାପାତ୍ର, ଧର୍ମେନ୍ଦ୍ର ଦାସ,ବୁଲୁ ଜେନା,ରଞ୍ଜନ କୁମାର ଜେନା ପ୍ରମୁଖ ଦାବି କରିଥିଲେ। ତେବେ ଉକ୍ତ ଅନୁଷ୍ଠାନ ପ୍ରତି ସମସ୍ତଙ୍କର ସହଯୋଗ ରହିଛି ତେଣୁ ନିଜ ନିଜ ମଧ୍ୟରେ ଆପୋଷ ସମାଧାନ କରିବାକୁ ସାଧାରଣରେ ମତପ୍ରକାଶ ପାଇଛି।


