ରୋଟାରୀ ପକ୍ଷରୁ ଯୁବସେବା ସଚେତନତା ଶିଵୀର

ଫୁଲବାଣୀ, (ସୁନୀଲ କୁମାର ବେହେରା):ରବିବାର ପୂର୍ବାହ୍ନ ଦଶଟା ସମୟ ରେ ରୋଟାରି କ୍ଲବ ପକ୍ଷରୁ ରୋ ଟା ରୀ ସେବା ଟ୍ରଷ୍ଟ ପରିସର ରେ ଯୁବ ନେତୃତ୍ୱ ଶିବିର ଅନୁଷ୍ଠିତ ହୋଇଥିଲା lରୋ ଟା ରୀ କ୍ଲବ ସଭାପତି ହରିଶ୍ଚନ୍ଦ୍ର ମହାରଣା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନେହୁରୁ ଯୁବ କେନ୍ଦ୍ର ସଂଯୋଜକ ସତ୍ୟବାନ ଦଳବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ଅଧିକାରୀ ସମୀର କୁମାର ନାୟକ ଯୋଗ ଦେଈ ଦେଶ ଗଠନ ରେ ଯୁବକ ଯୁବତୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ l ତେବେ ଅଜିକାଲି ଯୁବକ ଯୁବତୀ ମାନେ ନିଶା ସେବନ ଓ ନିଶାକାରବାର ଆଦି ଅସାମାଜିକ କାର୍ଯ୍ୟ କଳାପ ରେ ସମ୍ପୃକ୍ତ ରହି ପଥ ଭ୍ରଷ୍ଟ ହେଇଯାଉଛନ୍ତି ଯାହାକି ବିକଶିତ ଦେଶ ଗଠନ ରେ ବାଧକ ସାଜିବ l ଏଣୁ ଯୁବକ ଯୁବତୀ ମାନେ ଏ ସବୁରୁ ଦୁରେଇ ରହି ଏକ ସୁସ୍ଥ, ସୁନ୍ଦର, ବିକଶିତ ରାଷ୍ଟ୍ର ଗଠନ ଦିଗରେ ନିଜକୁ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ lଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ରୋଟା ରୀ ଆ ନ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ରୋ ଟା ରିଆନ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ଶ୍ରୀମତୀ ବିରାଜିନୀ ମହାପାତ୍ର, ବରିଷ୍ଠ ରୋ ଟା ରୀଆନ ତଥା ବିଶିଷ୍ଟ ବ୍ୟବସାୟୀ ରବି ନାରାୟଣ ସୁବୁଦ୍ଧି, ପଦ୍ମ ଚରଣ ମହାନ୍ତି, ସମାଜ ସେବୀ ତଥା ସାମ୍ବାଦିକ ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗଦେଇ ଯୁବ ସମାଜ ଶୃଙ୍ଖଳିତ ହୋଇ ସୁ ପଥ ଗାମୀ ହୋଇ ଦେଶ ଗଠନ ଦିଗରେ ବ୍ରତୀ ହେବାପାଇଁ ପରାମର୍ଶ ଦେଇଥିଲେ lରୋ ଟା ରୀ ସମ୍ପାଦକ ମନୋ ରଞ୍ଜନ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ lଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ରୋଟାରୀଆନ ତଥା ପୂର୍ବତନ ସଭାପତି କେ, ଜ୍ଞାନ କୁମାର ଦୋରା, ବରିଷ୍ଠ ସମାଜ ସେବୀ, ରୋଟାରୀଆନ ପ୍ରସନ କୁମାର ପଣ୍ଡା, କୋଷାଧକ୍ଷ ପ୍ରକାଶ କୁମାର ପଣ୍ଡା, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ