ଯାଜପୁରରେ ମୋ ସ୍କୁଲ ଅଭିଯାନ

ଯାଜପୁର, (ଯୁଗାବ୍ଦ ନ୍ୟୁଜ୍‌) : ମୋ ସ୍କୁଲ ଅଭିଯାନର ରାଷ୍ଟ୍ରୀୟ ଅଧ୍ୟକ୍ଷା ସସ୍ମିତା ବାଗ୍‌ଚି ଏକ ଦିନିକିଆ ଯାଜପୁର ଗସ୍ତରେ ଆସି ଜିଲ୍ଳ୍‌ାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଯାଜପୁର ଜିଲ୍ଳ୍‌ାର ସରକାରୀ ଓ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ନିମିତ୍ତ ସମୀକ୍ଷା କରିଥିଲେ । ଉଚ୍ଚ ବିଦ୍ୟାଳୟ ମାନଙ୍କରେ ସ୍ଥାନୀୟ ଜନସାଧାରଣଙ୍କୁ ଆକୃଷ୍ଟ କରିବା ନିମନ୍ତେ ଓ ସହଯୋଗର ହାତ ବଢାଇବାକୁ ସଂପୃକ୍ତ ପ୍ରଧାନ ଶିକ୍ଷକ ଉଦ୍ୟମ କରିବା ଉପରେ ଗୁôରତ୍ୱ ପ୍ରଦାନ କରିଥିଲେ । ସେ କହିଥିଲେ ମୋ ସ୍କୁଲ ଅଭିଯାନ ମାନେ ନୁହେଁ ଯେ, ଅର୍ଥ ଆହରଣ କରିବା । ଏହା ହେଉଚ୍ଥି ପୁରୁଣା ଚ୍ଥାତ୍ର ଚ୍ଥାତ୍ରୀଙ୍କ ମଧ୍ୟରେ ସ୍କୁଲ ପ୍ରତି ଭାବାତ୍ମକ ସଂଯୋଗ । ପିଲା ମାନଙ୍କର ବାପା, ଭାଇ ଓ ନିଜେ ଯେହେତୁ ସେ ସ୍କୁଲରେ ପାଠ ପଢୁଥିଲେ, ସେମାନଙ୍କର ସଂଯୋଗ ଘଟିଲେ ସ୍କୁଲ ପ୍ରତି ଭାବାବେଗ ସୃଷ୍ଟି ହେବ ଓ ସ୍କୁଲର ବିକାଶ ନିମନ୍ତେ ଚେଷ୍ଟା କରିବେ । ଯଦି କୈାଣସି ସ୍କୁଲକୁ ସ୍ଥାନୀୟ ଲୋକ ଶ୍ରମ, ଅର୍ଥ ଓ ପଦାର୍ଥ ସ୍ୱ ଇଚ୍ଚ୍ଥାରେ ଦାନ କରେ ଏହାର ସପଂଳ ବିନିଯୋଗର ସ୍ୱଚ୍ଚ୍ଥତା ନିମନ୍ତେ ତାହାର ପଂଟୋ ଉଠାଯାଇ ଅଧ୍ୟକ୍ଷାଙ୍କ ନିକଟକୁ ମେଲ ଯୋଗେ ପଠାଇବା ପାଇଁ ପରାମର୍ଶ ଦେଇଥିଲେ । ୨୦୧୯ ମାର୍ଚ୍ଚ ସୁଦ୍ଧା ଯାଜପୁରରେ ୨୪୮୯ ଟି ସ୍କୁଲ ମଧ୍ୟରୁ ୪୫୩ ଟି ହାଇସ୍କୁଲ ଥିବାବେଳେ ୫୫ ଟି ସ୍କୁଲ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଥିବା ବେଳେ ୨୦୨୫ ଟି ସ୍କୁଲ ବାକି ଅଚ୍ଥନ୍ତି । ତେଣୁ ଏହି ସ୍କୁଲର ପ୍ରଧାନ ଶିକ୍ଷକ ମୋ ସ୍କୁଲ ଅଭିଯାନରେ ଯଥାଶିଘ୍ର ସାମିଲ ହୋଇ ଆର୍ଥିକ ସହାୟତା ଆହରଣ ନିମନ୍ତେ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ । ଆକଳନ ଅନୁଯାୟୀ ଯାଜପୁରରେ ୫୦ ପ୍ରତିଶତ ପ୍ରକଳ୍ପ ସ୍କୁଲ ମାନଙ୍କରେ ଆରମ୍ଭ ହେବାକୁ ଅଚ୍ଥି ଓ ୩୩% ପ୍ରକଳ୍ପ କାର୍ଯ୍ୟ ଚାଲୁ ଅଚ୍ଥି । ମାତ୍ର ୧୭% ସ୍କୁଲରେ ପ୍ରକଳ୍ପ ସରିଚ୍ଥି । ଏଥିରେ ଅଧ୍ୟକ୍ଷା କ୍ଷୋଭ ପ୍ରକାଶ କରିଥିଲେ ଏବଂ ବାକି ରହିଥିବା ପ୍ରକଳ୍ପ ଗୁଡିକୁ ଯଥାଶିଘ୍ର ସଂପୂର୍ଣ୍ଣ କରିବା ପାଇଁ ୧୦ ଗୋଟି ବ୍ଳ୍‌କର ବ୍ଳ୍‌କ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯଥାଶିଘ୍ର ପ୍ରତ୍ୟେକ ପ୍ରଧାନ ଶିକ୍ଷକ ନିଜର ଆଇ.ଡି. ଓ ପାଶ୍‌ୱାର୍ଡ ନମ୍ୱର ବ୍ଳ୍‌କ ଶିକ୍ଷା ଅଧିକାରୀଙ୍କୁ ଦେବାପାଇଁ ଓ ପ୍ରକଳ୍ପ କାର୍ଯ୍ୟରେ ଅର୍ଥ ଦେଣ ନେଣ ଚେକ୍ ମାଧ୍ୟମାରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ପ୍ରୋଜେକ୍ଟ ଅଧିକାରୀ ପ୍ରଶାନ୍ତ ରଥ ଧନ୍ୟବାଦ ପ୍ରଦାନ କରିଥିଲେ । ଚିପଂ୍ ଅପରେଟିଂ ଅପିଂସର ଅମରଜିତ୍ ଜେନା ସମସ୍ତ ପ୍ରଧାନ ଶିକ୍ଷକ ଓ ବ୍ଳ୍‌କ ଶିକ୍ଷା ଅଧିକାରୀ ମାନଙ୍କର ପ୍ରଶ୍ନର ଉତ୍ତର ଦେଇଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଳ୍‌ାପାଳ ନାରାୟଣ ଚନ୍ଦ୍ର ଧଳ, ଜିଲ୍ଳ୍‌ା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଳ୍‌ା ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର, ୧୦ ଗୋଟି ବ୍ଳ୍‌କର ବ୍ଳ୍‌କ ଶିକ୍ଷା ଅଧିକାରୀ, ପ୍ରଧାନ ଶିକ୍ଷକ, ସୋସିଆଲ ମିଡିଆ ଏକ୍ସପର୍ଟ ଶାନ୍ତା ଦାସ, ପ୍ରୋଗ୍ରାମ ଇମ୍ପ୍ଳିମେଣ୍ଟେସନ ଅପିଂସର ପାର୍ଥବୀର ସାମଲ, ଗଣମାଧ୍ୟମ ପ୍ରତିନଧି ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟକ୍ଷା ବୈଠକକୁ ଆସିବା ପୂର୍ବରୁ ରାମବାଗ ହାଇସ୍କୁଲ ଓ ଯାଜପୁର ଜିଲ୍ଳ୍‌ା ସ୍କୁଲ ପରିଦର୍ଶନରେ ଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ