ଲକ୍ଷ୍ନୌରେ ପ୍ରିୟଙ୍କା ଗାନ୍ଧିଙ୍କ ପ୍ରଥମ ରୋଡ ସୋ, ସାମିଲ ହେବେ ରାହୁଲ ଗାନ୍ଧି

ଲକ୍ଷ୍ନୌ: କଂଗ୍ରେସ ଦଳର ମହାସଚିବ ହେବା ପରେ ପ୍ରିୟଙ୍କା ଗାନ୍ଧି ପ୍ରଥମ ଥର ଲକ୍ଷ୍ନୌରେ ରୋଡ ସୋ କରିବେ । ତାଙ୍କ ସହିତ ଦଳ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ପଶ୍ଚିମ ୟୁପି ପ୍ରଭାରୀ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ ଏହି ରୋଡ ସୋରେ ସାମିଲ ହୋଇ ଜନତାଙ୍କୁ ସମ୍ବୋଧିତ କରିବେ । କଂଗ୍ରେସର ପୂର୍ବତନ ସାଂସଦ ପ୍ରମୋଦ ତିୱାରୀଙ୍କ ସୂଚନା ଅନୁଯାୟୀ, ରୋଡ ସୋ ସମୟରେ କିଛି ସ୍ଥାନରେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ସମର୍ଥକଙ୍କୁ ସମ୍ବୋଧିତ କରିବେ । ପ୍ରିୟଙ୍କା ଗାନ୍ଧି ଓ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ ଫେବୃଆରୀ ୧୪ ପର୍ଯ୍ୟନ୍ତ ଲକ୍ଷ୍ନୌରେ ରହିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ