ଲଘୁଚାପ ବର୍ଷାରେ ଭୁସୁଡିଲା କାନ୍ଥ
ପୋଲସରା,( ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତୁହାକୁ ତୁହା ବର୍ଷା ସହ ଯୋଗୁଁ ପୋଲସରା ବ୍ଲକ ଅନ୍ତର୍ଗତ ସୋଡ଼କ ଗ୍ରାମର ବସନ୍ତ କୁମାର କୁଣ୍ଡଙ୍କ ଚାଳ ଛପର ଘରର ଦୁଇଟି କାନ୍ଥ ଭୁସୁଡି ପଡ଼ିଛି । ଲଘୁଚାପଜନିତ ବର୍ଷାରେ ଘରର ସଂପୂର୍ଣ୍ଣ କାନ୍ଥ ଭୁସୁଡି ଯାଇଥିବା ବେଳେ ଘରେ ଥିବା ସମସ୍ତ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଘର କାନ୍ଥ ଭୁସୁଡି ପଡିବା ସହ ଚାଳ ଛପର ଘର ମଧ୍ୟ ଭାଙ୍ଗି ଯାଇଛି । ଏଥି ସହ ସୋଡ଼କ ଗ୍ରାମର ଶୋଲି ବିଷୋୟୀ ଓ ସାନ୍ତାଳୀ ନାୟକ ଏବଂ ମଦରା ପଲ୍ଲୀ ଗ୍ରାମର ବିପିନ ନାୟକଙ୍କ ଘର ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡିଛି। ତୁରନ୍ତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉକ୍ତ କ୍ଷତିଗ୍ରସ୍ତ ପରିବାର ବର୍ଗଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସୋଡ଼କ ପାଞ୍ଚାୟତ ସମିତି ସଭ୍ୟ ଭଗବାନ ପ୍ରଧାନ ଓ ଗ୍ରାମବାସୀମାନେ ଦାବି କରିଛନ୍ତି ।


