ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ପୋଲିଂ କର୍ମଚାରୀଙ୍କ ପ୍ରଶିକ୍ଷଣ ଶିବିର

ଜଗତସିଂହପୁର,(ଅନସୂୟା ରାଉତ): ଆଜି ଜଗତସିଂହପୁର ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ବୟଂ ଶାସିତ ମହାବିଦ୍ୟାଳୟ ଜଗତସିଂହପୁର ପରିସରରେ ନିର୍ବାଚନ ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ପ୍ରଶିକ୍ଷକ ଭାବେ ବିରଡି ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ନାୟକ, ତିର୍ତ୍ତୋଲ ତହସିଲ୍ ଦାର ସୁଜାତା ପାତ୍ର, ମାର୍କଣ୍ଡ ସ୍ୱର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ ବିଜ୍ଞାନ ବିଭାଗ -୨ ରେ ସୁନ୍ଦର ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସର୍ବ ପ୍ରଥମେ କୋଭିଡ୍ -୧୯ ବିଷୟରେ ଓ କୋଭିଡ୍ କଟକଣା ସହିତ ନିର୍ବାଚନ ମୁକାବିଲା ପାଇଁ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । ସୂଚାରୁ ରୂପେ ଭୋଟର୍ ମାନଙ୍କୁ ଭୋଟ୍ ପ୍ରଦାନ କରିବା ପାଇଁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ତାପରେ ଭୋଟ୍ ମେସିନ ପରିଚାଳିତ ସଂପର୍କରେ ସୂଚନା ଦେଇଥିଲେ । ପ୍ରକାଶ ଥାଉକି ଗତ ୧୩ ତାରିଖରୁ ମହାବିଦ୍ୟାଳୟ ପରିସରରେ ୫ଟି ଦଳରେ ଏହି ତାଲିମ୍ ପ୍ରଦାନ କରାଯାଉଛି । ଆଜି ସୁଭାଷ ସାରଙ୍କ ପ୍ରଶିକ୍ଷଣ ଶିକ୍ଷକ ମାନଙ୍କୁ ଭଲ ଲାଗିଲା ବୋଲି ଶିକ୍ଷକ ମାନେ ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ