୧୦୭୮ ମସିହାରେ ନିର୍ମିତ ଲଣ୍ଡନ ଟାୱାର ଆଜି ମଧ୍ୟ ଭୂତକୋଠି ଭାବେ ପରିଚିତ । ସାମାନ୍ୟ ଅପରାଧରେ ୧୫୩୬ ମସିହାରେ କିଙ୍ଗ୍ ହେନେରୀ ୮ଙ୍କ ପତ୍ନୀ ଆନେ ବୋଲେନଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିଲା । ଏବେ ମଧ୍ୟ ତାଙ୍କ ଆତ୍ମା ସହିତ ଆହୁରି କେତେ କେତେ ଆତ୍ମା ଏହି ବିରାଟ ପ୍ରାସାଦରେ ଘୂରି ବୁଲୁଥିବାର ପ୍ରତ୍ୟକ୍ଷ ପ୍ରମାଣ ରହିଛି ।