ଚୀନରେ ସବୁ କିଛି ସରକାରଙ୍କ ନିୟନ୍ତ୍ରଣରେ ଚାଲେ । ତିବ୍ଦତ ଉପରେ ଚୀନ ଅଧିକାର ଦାବି କରି ଆସୁଛି । ୨୦୦୭ ମସିହାରେ ଚୀନ ସରକାର ଗୋଟିଏ ଆଇନ ପ୍ରଣୟନ କଲେ – ତିବ୍ଦତର କୌଣସି ଅଧିବାସୀ ସରକାରଙ୍କ ବିନା ଅନୁମତିରେ ପୁନର୍ଜନ୍ମ ଗ୍ରହଣ କରିପାରିବେ ନାହିଁ । ବୋଧହୁଏ – ଏଥି ନିମନ୍ତେ ମୃତ୍ୟୁ ପୂର୍ବରୁ ସରକାରଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ ।