ଲାଭ ଯୋଜନା ରଥ ଗଡିଲା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଲଘୁ ବନଜାତ ଦ୍ରବ୍ୟ କ୍ରୟ ଯୋଜନା ଲାଭ ରଥକୁ ବାଲିଗୁଡା ଉପଜିଲ୍ଲାପାଳ ଡା ରୀନା ପ୍ରଧାନ ,ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା ସବୁଜ ପତାକା ଦେଖାଇ ଏହିରଥର ଉଦଘାଟନ କରିଛନ୍ତି । ଆଦିବାସୀ ମାନଙ୍କ ଠାରୁ ସର୍ବନିମ୍ନ ସହାୟକ ମୁଲ୍ୟ(ଏମଏସପି)ରେ ଲଘୁବନଜାତ ଦ୍ରବ୍ୟ କ୍ରୟ ନିମନ୍ତେ ଓଡିଶା ସରକାର ନିଜସ୍ୱ ଶତପ୍ରତିଶତ ଯୋଜନା ଲାଭ ପ୍ରଚଳନ କରିଛନ୍ତି ।ଏହି ଯୋଜନା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି. ଆଦିବାସୀ ଓ ସ୍ଥାନୀୟ ସଂଗ୍ରହକାରୀଙ୍କ ଠାରୁ ଲଘୁବନଜାତ ଦ୍ରବ୍ୟ ସରକାରଙ୍କ ଧାର୍ଯ୍ୟମୁଲ୍ୟରେ କ୍ରୟ କରାଯିବ । ଏଥି ନିମନ୍ତେ ଆଦିବାସୀ ଉନ୍ନୟନ ସମବାୟ ନିଗମ ଓଡିଶା ଲିଃ(ଟିଡିସିସିଓଏଲ) ଓ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) କାର୍ଯ୍ୟାଳୟରେ ଯୋଗାଯୋଗ କରନ୍ତୁ ବୋଲି ସଚେତନତା କରାଇବ ଓ ସବୁ ପଂଚାୟତକୁ ଏହିରଥ ବୁଲିବା ଉକ୍ତ କାର୍ଯ୍ୟକ୍ରମରେ ଉମାକାନ୍ତ ବଳବନ୍ତରାଏ ଡିଏମଓ ,ଟିଡିସିସିଓଏ ପରିଚାଳନା କରିଥିବା ବେଳେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ