ଗଂଜୁଗୁଡା ବିଦ୍ୟାଳୟରେ ମେ। ସ୍କୁଲ ଅଭିଯାନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡା ପଂଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଂଜୁଗୁଡାରେ ମୋ ସ୍କୁଲ ଅଭିଯାନ ଆନୁକୁଲ୍ୟରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇଏକ ବୈଠକ ଅନୁଷ୍ଠିତ ହେବାସହ ମାନପତ୍ର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ପୁରାତନ ଛାତ୍ର ସଂଜୟ ମଳିକ ଓ ପୁରାତନ ଛାତ୍ର ତଥା ଶିକ୍ଷକ ତିମେନ୍ଦ୍ର ମଳିକ ଅତିଥୀ ଭାବେ ଯେ୍ାଗଦେଇଥିଲେ । ଅନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀମାନେ ଏହି ବିଦ୍ୟାଳୟର ଉନ୍ନତନିମନ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ ଓ ଏହି ବିଦ୍ୟାଳୟର ଛାତଚରଛାତ୍ରୀ ମାନେ ବିଭିନ୍ନ ପଦପଦବୀରେ ରହି ବିଭିନ୍ନ କାର୍ଯ୍ୟକରୁଛନ୍ତି ବୋଲି କହିବା ସହ ମାନପତ୍ର ପ୍ରଦାନ କରିଥିଲେ ଅତିଥିମାନେ । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସସ୍ମିତା ପଣ୍ଡା ପରିଚାଳନା କରିଥିଲେ ।


