ଲାୟନ୍ସ କ୍ଲବ ଭୁବନେଶ୍ୱର ଏବଂ ଲାୟନ୍ସ କ୍ଲବ ଭୁବନେଶ୍ୱର ଯଯାତିର ଅଧିଷ୍ଠାନ ଉତ୍ସବ
ଭୁବନେଶ୍ୱର,: ଲାୟନ୍ସ କ୍ଲବ ଭୁବନେଶ୍ୱର ଏବଂ ଲାୟନ୍ସ କ୍ଲବ ଯଯାତିିର ୨୦୧୯-୨୦ ବର୍ଷ ପାଇଁ ଅଧିଷ୍ଠାନ ଉତ୍ସବ ହୋଟେଲ ରୟାଲ ସୁଟ୍ରେ ଅଗଷ୍ଟ ୩ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଉୟ ଲାୟନ୍ସ କ୍ଲବର ଚଳିତ ବର୍ଷ ପାଇଁ ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଲାୟନ କଳ୍ପନା ବିଶ୍ୱାଳ ଶପଥପାଠ କରାଇଥିଲେ ଏବଂ ନୂତନ ଭାବେ ଯୋଗ ଦେଇଥିବା ସଦସ୍ୟମାନଙ୍କୁ ମଧ୍ୟ ଶପଥପାଠ କରାଇଥିଲେ । ଉତ୍ସବରେ ଆଇପିଡ଼ିଜି ଲାୟନ ବିଶ୍ୱନାଥ ମହାନ୍ତି, ଭିଡ଼ିଜି-୧, ଲାୟନ ହରିହର ଦାସ, ଭିଡ଼ିଜି-୨ ଲାୟନ ପୂର୍ଣ୍ଣଚନ୍ଦ୍ର ପାଢୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ଲାୟନ ଫକୀର ଚରଣ ପାତ୍ର ପୂର୍ବବର୍ଷର କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ । ଚଳିତବର୍ଷ ପାଇଁ ଲାୟନ ଶଶୀଭୂଷଣ ତ୍ରିପାଠୀ ଭୁବନେଶ୍ୱର କଳିଙ୍ଗ କ୍ଲବ ଏବଂ ଲାୟନ ଅଜୟ କୁମାର ନାୟକ ଭୁବନେଶ୍ୱର ଯଯାତି କ୍ଲବର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ସଭାରେ ଲାୟନ୍ସ ଜିଲ୍ଲା ୩୨୨ସି୪ କ୍ଲବର ବହୁ ସଦସ୍ୟମାନେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ଲାୟନ ବିପିନ କୁମାର ଦାଶ ଏହି ସଭାକୁ ପରି•ଳନା କରିଥିଲେ । ଶେଷରେ ଲାୟନ୍ସ ଗଣେଶ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।


