କୌଶଳ ଭାରତ ଅନ୍ତର୍ଗତ ସଂକଳ୍ପ ଯୋଜନା ଜିଲ୍ଲା ସ୍ତରରେ ଦକ୍ଷତା ବିକାଶ କୁ ତ୍ୱରାନ୍ୱିତ କରିବ

ଭୁବନେଶ୍ୱର: କେନ୍ଦ୍ର କୌଶଳ ବିକାଶ ଏବଂ ଉଦ୍ୟମତା ମନ୍ତ୍ରୀ ଡା. ମହେନ୍ଦ୍ର ନାଥ ପାଣ୍ଡେ, ବିଶ୍ୱ ବ୍ୟାଙ୍କ ଲୋନ ର ସମିକ୍ଷା କରିଥିଲେ, ଜୀବନ ଧାରଣ ପାଇଁ ଦକ୍ଷତା ବିକାଶ ତଥା ଜ୍ଞାନ ଜାଗରଣ (ସଂକଳ୍ପ) କାର୍ଯ୍ୟକ୍ରମ ଉପରେ ସରକାର ଙ୍କ ପ୍ରଥମ ବୋର୍ଡ ବୈଠକରେ ଆଲୋକପାତ କରିଥିଲେ । ଯାହାକି ସରକାରୀ ଯୋଜନାର ମୁଖ୍ୟ ଅଂଶ ଅଟେ । ମାନ୍ୟବର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜ କୁମାର ସିଂ, କୌଶଳ ବିକାଶ ଏବଂ ଉଦ୍ୟମତା ଏହି ବୈଠକରେ ଉପସ୍ଥିତ ଥିଲେ ଏହା ଛଡା ଏମଏସଡିଇ ଏବଂ ୬ଟି ଅନ୍ୟ ମନ୍ତ୍ରଣାଳୟର ଉଚ୍ଚ ପାଦାଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।
ଦେଶରେ ଥିବା ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳକୁ ଏଥିପାଇଁ ସୁଚନା ଦିଆଯାଇଥିଲା ଏବଂ ସେମାନେ ଏହି ସଂକଳ୍ପ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ନିଜର ସହମତି ପ୍ରକାଶ କରିଥିଲେ ଏବଂ ମନ୍ତ୍ରଣାଳୟ ଦ୍ୱାରା ୯ ଟି ରାଜ୍ୟ ଯଥା (ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଗିଜୁରାଟ, ଜାମ୍ମୁ ଏବଂ କାଶ୍ମିର, ମହାରାଷ୍ଟ୍ର, ମଣିପୁର, ପଞ୍ଜାବ ଏବଂ ଉତର ପ୍ରଦେଶ ଇତ୍ୟାଦି )ରାଜ୍ୟ ଗୁଡିକୁୁ ପ୍ରଥମ ବର୍ଷର ଅନୁଦାନ ଦିଆଯାଇଛି । ଏହି ରାଜ୍ୟ ମାନଙ୍କ ଛଡା ଆକାଂକ୍ଷାତ୍ମକ କୌଶଳ ଅଭିଜାନ ଅନ୍ତର୍ଗତ ୧୧୭ ଟି ଆକାଂକ୍ଷାତ୍ମକ ଜିଲ୍ଲା, ପ୍ରତ୍ୟେକଙ୍କୁ ୧୦ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି । ସଂକଳ୍ପ ଅନ୍ତର୍ଗତ ତଥ୍ୟ ଗୁଡିକୁ ସୁରକ୍ଷିତ ରଖିବା ତଥା ପରିବର୍ତନ କରିବା ପାଇଁ ସ୍କିଲ ଇଣ୍ଡିଆ ର୍ପୋଟାଲକୁ ଏକ ମଜଭୁତ ଆଇଟି ପ୍ରଣାଳୀ ଦ୍ୱାରା ବିକଶିତ କାରାଯାଇଛି ।
ମାନ୍ୟବର ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଜିଲ୍ଲା ସ୍ତରରେ କୌଶଳ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରିବାର ଆବଶ୍ୟକତା ଅଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୁବପିଢି ମାନଙ୍କ ମଧ୍ୟରେ ଦକ୍ଷତାକୁ ନେଇ ମନଭିତରେ ଥିବା ଧାରଣାରେ ସୁଧାର ଆସିବା ଦରକାର ଏବଂ ଜିଲ୍ଲା କୌଶଳ ସିମିତି କୁ ସୁଚନା ଦିଆଯାଉଛି ଯେ ସେମାନେ ନିଜ ଜଲ୍ଲ୍ାରେ ଯୁବପିଢିଙ୍କୁ ପରାମର୍ଶ ଦେବାରେ ମହତ୍ୱପୂର୍ଣ୍ଣ ଭୁମିକା ନିଭାଇବା ଦରକାର । ସେ ଆହୁରି ମଧ୍ୟ କହିଛନ୍ତି ଯେ ସାଂସଦ ମାନେ ଜିଲ୍ଲା କୌଶଳ ସିମିତି ର ପ୍ରଦର୍ଶନକୁ ସମିକ୍ଷା କରିବାରେ ସାମିଲ ହେବା ଦରକାର ।
କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜ କୁମାର ସିଂ କୌଶଳ ତାଲିମ କେନ୍ଦ୍ର ଗୁଡିକରେ ଉଚ୍ଚମାନର ଭିତିଭୁମିର ଆବଶ୍ୟକତା ସହ ଦିଆ ଯାଉଥିବା ସାର୍ଟିଫିକେଟ ମୁଲ୍ୟାଙ୍କନ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ମନ୍ତ୍ରାଳୟର ବିଭିନ୍ନ କୌଶଳ ବିକାଶ ଯୋଜନା ଗୁଡିକର ସମନ୍ୱୟରେ ସଂକଳ୍ପ ସହୟତା କରିପାରିବ । ସେ ବିଭିନ୍ନ କ୍ଷେତ୍ର ଓ ସ୍ଥାନରେ କୌଶଳର ଆବଶ୍ୟତାକୁ ଅନୁଧ୍ୟାନ କରିବା ଉପରେ ମଧ୍ୟ ଗରୁତ୍ୱ ଦେଇଥିଲେ ।
ସଂକଳ୍ପ ଭାରତ ସରକାରଙ୍କ ସ୍କିଲ ଡେଭେଲପମେଂଟ ଏବଂ ଏଂଟରପ୍ରେନିୟରସିପ (ଏମଏସଡିଇ) ମନ୍ତ୍ରାଳୟର ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ । ଏହା ବିକେନ୍ଦ୍ରିକରଣ ଯୋଜନା ଓ ଗୁଣାତ୍ମକ ଅଭିବୃଦ୍ଧି ଉପରେ ପର୍ଯ୍ୟବେଶିତ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନରେ ଥିବା ସଂସ୍ଥା ମାନଙ୍କୁ ନେଇ ନ୍ୟାସନାଲ ସ୍କିଲ ଡେଭେଲପମେଂଟ ମିଶନ (ଏମଏସଡିଇ) ର ଯୋଜନା ସବୁକୁ କାର୍ଯ୍ୟକାରି କରିବା ପାଇଁ ସଂକଳ୍ପ ଲକ୍ଷ ରଖିଛି । ସଂକଳ୍ପ ଅଧିନରେ ଚାରୋଟି କ୍ଷେତ୍ର ଯଥା ଆନୁଷ୍ଠାନିକ ସଶକ୍ତିକରଣ (ରାଷ୍ଟ୍ରୀୟ, ରାଜ୍ୟ ଓ ଜିଲ୍ଲା ସ୍ତରରେ ), କୌଶଳ ବିକାଶରେ ଗୁଣବତାର ପ୍ରତିଶ୍ରୁତି, ଅବହେଳିତ ମାନଙ୍କୁ କୌଶଳ ବିକାଶ ଯୋଜନାରେ ଅର୍ନ୍ତଭୁକ୍ତ ଏବଂ ପବ୍ଲିକ ଓ ପ୍ରାଇଭେଟ ସହଭାଗୀତାରେ କୌଶଳର ସଂପ୍ରସାରଣ ଉପରେ ଗୁରୁତ୍ୱ ଦେବା ପାଇଁ ଚିହ୍ନଟ କରାଯାଇଛି । ଏତଦ୍ବ୍ୟତିତ ମନ୍ତ୍ରାଳୟ ପକ୍ଷରୁ ଜିଲ୍ଲାସ୍ତରରେ କୌଶଳ ଯୋଜନାକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲା ସ୍କିଲ ଡେଭେଲପମେଂଟ ପ୍ଲାନ (ଡିଏସଡିପି) ପୁରସ୍କାରର ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରର ୨୨୫ ଜିଲ୍ଲାରୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ୨୫ ଜିଲ୍ଲାକୁ ଦିଲ୍ଲୀରେ ସେମାନଙ୍କ ଯୋଜନାକୁ ଉପସ୍ଥାପନ କରିବା ପାଇଁ ଆମନ୍ତ୍ରଣ କରାଯାଇଥିଲା । ଏହି ପ୍ରସ୍ତାବ ଗୁଡିକର ପର୍ଯ୍ୟାଲୋଚନା ପରେ ଡିଏସଡିପି ପୁରସ୍କାର ପ୍ରଦାନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ