ଲିଙ୍ଗ ନିରୂପଣ ତଥ୍ୟ ପ୍ରଦାନକାରୀଙ୍କୁ ମିଳିବ ୨୫ ହଜାର ସହାୟତା ରାଶି

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାରେ ଲିଙ୍ଗ ନିରୂପଣ କରି ଭୃଣ ହତ୍ୟା ହେଉଥିବା ତଥ୍ୟ ପ୍ରଦାନକାରୀଙ୍କ ନାମ ଗୋପନ ରଖାଯାଇ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସଙ୍କ ଅଧ୍ୟକ୍ଷତାରେ ପ୍ରସବ ପୂର୍ବ ଓ ପରବର୍ତ୍ତୀ ଲିଙ୍ଗ ନିରୂପଣ ନିରୋଧ ଆଇନ ସମ୍ପର୍କିତ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ବୈଠକରେ ଗତ ୨୯.୦୩.୨୦୨୩ ତାରିଖ ଦିନ ଗ୍ରହଣ କରାଯାଇଥିବା ନିଷ୍ପତି ପ୍ରକାରେ ଜିଲ୍ଲାରେ ଡାଏଗ୍ଲୋଷ୍ଠିକ ସେଣ୍ଟର ନିମନ୍ତେ ଆବେଦନ ହୋଇଥିବା ଚିକିତ୍ସାଳୟ ଗୁଡିକର ଲାଇସେନସ ସମ୍ପର୍କିତ ଆଲୋଚନା କରଯାଇଥିଲା । ଆବେଦନ ସେଣ୍ଟର ଗୁଡିକୁ ଏକ ବୈଷୟିକ ଟିମ ଦ୍ଵାରା ଯାଞ୍ଚ କରାଯାଇ ଅନୁମୋଦନ କରାଯାଇଥିଲା । ପୁରୁଷ ଲିଙ୍ଗ ଅନୁପାତରେ କନ୍ୟା ଲିଙ୍ଗଙ୍କ ସଂଖ୍ୟା କମ ରହୁଥିବା ହେତୁ ସମାଜରେ ଅନେକ ସମସ୍ୟା ଦେଖାଯାଏ । ଲିଙ୍ଗ ଅନୁପାତକୁ ସଠିକ ପରିଚାଳନ ଓ ତାରତମ୍ୟ ସକାଶେ କନ୍ୟା ଭୃଣ ହତ୍ୟା କରିବା ଆଇନଗତ ଦଣ୍ଡନୀୟ ଅପରାଧ । ଏହି କନ୍ୟା ଭୃଣ ଚିହ୍ନଟ ଏବଂ କନ୍ୟା ଭୃଣ ନଷ୍ଟ କରିବା ଦିଗରେ ପ୍ରଥମ ସୂଚନା ଜିଲ୍ଲା ଚିକିତ୍ସାଧିକାରୀ ଓ ଜନ ସ୍ଵାସ୍ଥ୍ୟ ଚିକିତ୍ସାଧିକାରୀ ପରିବାର କଲ୍ୟାଣ ବିଭାଗକୁ ପ୍ରଦାନ କରିବାକୁ କୁହାଯାଇଛି । ପ୍ରସବ ପୂର୍ବ ଓ ପରବର୍ତ୍ତୀ ଲିଙ୍ଗ ନିରୂପଣ ନିରୋଧ ଆଇନ- ୧୯୯୪ ଅନୁଯାୟୀ ଲିଙ୍ଗ ନିରୂପଣ କରୁଥିବା ଡାଏଗ୍ଲୋଷ୍ଠିକ ସେଣ୍ଟର ଗୁଡିକୁ ବନ୍ଦ କରାଯିବ । ଏହି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଖେସ ନିର୍ଦ୍ଦେଶ ଦେଇଥିଲେ । ପଞ୍ଜୀକୃତ ହୋଇଥିବା ଡାଏଗ୍ଲୋଷ୍ଠିକ ସେଣ୍ଟର ଗୁଡିକ ପ୍ରତି ତୀକ୍ଷଣ ଦୃଷ୍ଠି ରଖିବାକୁ ପରାମର୍ଶ ଦେଇଥିଲେ । ବିଗତ ଦିନ ମାନଙ୍କରେ କମିଟି କିଭଳି ଜିଲ୍ଲାର ବିଭିନ୍ନ ବ୍ଲକରେ ସନ୍ଦିଗ୍ଧ ଥିବା ସେଣ୍ଟର ଗୁଡିକୁ ଚଢ଼ାଉ କରି ସାମଗ୍ରୀ ଜବତ ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇଥିଲା ସେ ସମର୍କରେ ସୁବିସ୍ତୃତ ଆଲୋଚନା ହୋଇଥିଲା ଏବଂ ଆଗାମୀ ଦିନରେ କିଭଳି ଭିଜିଲାଣ୍ଟ ହୋଇ କମିଟି ଦ୍ଵାରା ନିୟମିତ ବ୍ୟବଧାନରେ ଚଡାଉ କାର୍ଯ୍ୟକୁ ବ୍ୟାପକ କରିବା ସେହି ରଣ କୌଶଳ ସମ୍ପର୍କିତ ପ୍ରସ୍ତୁତି କରଯାଇଥିଲା । ଏହି ସମ୍ପର୍କରେ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବାକୁ ପରାମର୍ଶ ଦିଆଯାଇଛି । ଏହି ଚଢ଼ାଉ କାର୍ଯ୍ୟର ସୁପରିଚାଳନା ପାଇଁ କମିଟିରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ, ଚିକିତ୍ସାଧିକାରୀ, ପୋଲିସ ଦଳକୁ ନେଇ ବିଭିନ୍ନ ଅଲ୍ଟ୍ରା ସାଉଣ୍ଡ ୟୁନିଟ ଗୁଡିକୁ ପିସି ପି ଏନ ଡି ଟି ଆଇନ ନିୟମର ଉଲଂଘନ କରୁଛନ୍ତି ତାହା ତଦାରଖ କରିବେ । ଜିଲ୍ଲାରେ କାର୍ଯ୍ୟକାରି ହେଉଥିବା ୱାନ ଷ୍ଟପ ସେଣ୍ଟର ସଖୀ ସମ୍ପର୍କିତ ଏବଂ କନ୍ୟା ରତ୍ନର ଆବଶ୍ୟକତା ସମ୍ପର୍କିତ ତଥ୍ୟ ପ୍ରଚାର ଓ ପ୍ରସାର କରିବାକୁ କୁହାଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ପରିବାର କଲ୍ୟାଣ ଡା. ଭି ସରୋଜିନୀ ଦେବୀ , ଡେପୁଟି କଲେକ୍ଟର, ଜୁଡିସିଆଲ ଦୀପ୍ତି କୁମାରୀ ପାତ୍ର ,ଡା. ସୁଚିତ୍ରା ସାହୁ, ଡା ଭବାନୀ ଶଙ୍କର ମିଶ୍ର , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ସାମାଜିକ କର୍ମୀ ପ୍ରଦୀପ ପଣ୍ଡା , ଡି ପି ଏମ ୟୁ ଜିଲ୍ଲା ସଂଯୋଜକ ଶକ୍ତି କୁମାର ଦିଗାଲ, ଆଇନପରାମର୍ଶ କର୍ମୀ ଦିଲୀପ କୁମାର ପଣ୍ଡା , ଜିଲ୍ଲା ଡ୍ରଗ ଇନ୍ସପେକ୍ଟର ଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ