ଲିଭର ନଷ୍ଟ ହେବାର ଲକ୍ଷଣ

ନିଶା ସେବନ ଦ୍ୱାରା ଲିଭର ନଷ୍ଟ ହୋଇଥାଏ ବୋଲି ଅନେକଙ୍କ ଧାରଣା ରହିଛି । ମାତ୍ର ଏହା ସବୁକ୍ଷେତ୍ରରେ ହୋଇ ନ ଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କୌଣସି ପ୍ରକାର ନିଶା ସେବନ ନ କରି ମଧ୍ୟ ଲିଭର ସମ୍ବନ୍ଧିତ ରୋଗର ଶିକାର ହୋଇଥାନ୍ତି । ଲିଭର୍ରେ ମାଂସ ଜମା ହେବା କାରଣରୁ ଏହି ସମସ୍ୟା ଦେଖାଯାଇଥାଏ । ତେବେ ଏହାର ମୁଖ୍ୟ ଲକ୍ଷଣ ସମ୍ପର୍କରେ ଜାଣନ୍ତୁ ।
ପେଟ ଫୁଲିବା: ପେଟ ଫୁଲିବା ଏହି ରୋଗର ମୁଖ୍ୟ ଲକ୍ଷଣ । ଯେତେବେଳେ ଲିଭର ଶରୀରର ବର୍ଜ୍ୟବସ୍ତୁକୁ ବାହାରକୁ କାଢ଼ିବାକୁ ଅସମର୍ଥ ହୋଇଥାଏ, ସେତେବେଳେ ପେଟରେ ପାଣି ଜମି ଫେଟ ଫୁଲିଯାଇଥାଏ ।
ପୁରୁଷଙ୍କ ସ୍ତନ ବଢ଼ିଥାଏ : ସ୍ତନ ବଢ଼ିବାର ଅନେକ କାରଣ ହୋଇପାରେ ମାତ୍ର ଏହା ଫ୍ୟାଟି ଲିଭରର ଏକ ଲକ୍ଷଣ ହୋଇଥାଏ । ତେବେ ଏପରି ଅନୁଭବ କରୁଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ହଳଦିଆ ତ୍ୱଚା: ଯଦି ଆପଣଙ୍କ ତ୍ୱଚାର ରଙ୍ଗରେ ପରିବର୍ତ୍ତନ ଆସୁଥାଏ କିମ୍ବା ଆପଣଙ୍କ ତ୍ୱଚା ହଳଦିଆ ପଡ଼ିଯାଏ ତେବେ ଏହା ଫ୍ୟାଟି ଲିଭରର ମୁଖ୍ୟ କାରଣ ହୋଇଥାଏ ।
ରକ୍ତନଳୀ ବଢ଼ିବା: ଏହି ସମସ୍ୟା କାରଣରୁ ତ୍ୱଚାର ରଙ୍ଗରେ ପରିବର୍ତ୍ତନ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ