ରାତିରେ କ୍ଷୀର ପିଇବା ସ୍ୱାସ୍ଥ୍ୟକର କି ?

ଆମ ପୌରାଣିକ କାହାଣୀ କୁହେ ଭଗବାନ କୃଷ୍ଣ ଦ୍ୱାପରରେ କ୍ଷୀର, ଦହି, ଲହୁଣୀ ସବୁ ଲୁଚେଇ ଖାଇ ଦେଉଥିଲେ । ବାସ୍ତବରେ କ୍ଷୀର ତଥା କ୍ଷୀରରୁ ଜାତ ପଦାର୍ଥ ଶରୀର ପାଇଁ ଅମୃତ, ଏଥିରେ କୌଣସି ଦ୍ୱିମତ ନାହିଁ । ହୁଏତ ଏହି କଥା ପୁରୁଷୋତ୍ତମ ଭଗବାନ କୃଷ୍ଣ ଜାଣିଥିଲେ । ଏଣୁ ଏହା ତାଙ୍କର ପ୍ରିୟ ଥିଲା ବୋଲି ଆମେ କହିପାରିବା । କିନ୍ତୁ ବିଜ୍ଞାନ ଏ ନେଇ କ’ଣ କୁହେ ଆମେ ଜାଣିବା ମଧ୍ୟ ନିହାତି ଦରକାର । ଦିନକୁ ଗୋଟିଏ ଗ୍ଲାସ କ୍ଷୀର ପିଇବା ନିତାନ୍ତ ଆବଶ୍ୟକ । କାହିଁକି ନା ଦିନଟି ପାଇଁ ଗୋଟଏ ଗ୍ଲାସ କ୍ଷୀରରୁ ଆମେ ପର୍ଯ୍ୟାପ୍ତ ପରିମାଣର କ୍ୟାଲସିୟମ ପାଇଥାଉ । ହେଲେ ରାତିରେ ଏହା ସେବନ କରିବା କେତେ ଦୂର ଉଚିତ ସେ ନେଇ ଅନେକ ସମୟରେ ବିତର୍କ ହୋଇଛି ।
ଅଧିକାଂଶ ଲୋକଙ୍କ ବିଶ୍ୱାସ ରହିଛି ରାତିରେ ଶୋଇବା ଆଗରୁ ଗୋଟିଏ ଗ୍ଲାସ ଉଷୁମ କ୍ଷୀର ପିଇବା ଦ୍ୱାରା ଆମ ଶରୀରର ଉର୍ଜାବାନ ହୋଇଥାଏ । ଜାଣିଛନ୍ତି ରାତିରେ କ୍ଷୀର ପିଇବାର ମଧ୍ୟ ଗୋଟିଏ ସମୟ ରହିଛି । ଶୋଇବା ପୂର୍ବରୁ ହଠାତ କ୍ଷୀର ପିଇବା ଉଚିତ୍ ନୁହେଁ । କାରଣ ଏହା ଶରୀରରେ ପାଚନ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଶୋଇବାକୁ ଯିବାର ୩ ଘଣ୍ଟା ପୂର୍ବରୁ କ୍ଷୀର ପିଇ ଦେବା ଉଚିତ । ନ ଚେତ ଆପଣ ସ୍ୱପ୍ନଦୋଷ ଭଳି ରୋଗରେ ପଡ଼ିପାରନ୍ତି ।
କାହିଁକି ରାତିରେ ଶୀଘ୍ର ହଜମ ହୁଏନି କ୍ଷୀର: ଆକାଶରେ ସୂର୍ଯ୍ୟ ଥିଲେ କ୍ଷୀର ଆମ ଶରୀରରେ ଶୀଘ୍ର ହଜମ ହୁଏ । ତେଣୁ ରାତିରେ କ୍ଷୀର ପାଚନ ହେବାକୁ ସମୟ ଲାଗେ । ଏଣୁ ରାତି ଅପେକ୍ଷା ଦିନବେଳେ କ୍ଷୀର ପିଇବା ବିଶେଷ ଗ୍ରହଣୀୟ ।
ମହିଳାଙ୍କ ପାଇଁ କ୍ଷୀର ପାନ ବହୁତ ଆବଶ୍ୟକ: ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ଶରୀର ୩୦ ବର୍ଷ ବୟସ ଅତିକ୍ରମ କରିବା ପରେ କ୍ଷୀଣ ହେବାକୁ ଲାଗେ । ଆଣ୍ଠୁଗଣ୍ଠି ଦରଜ, ଶରୀର ପୀଡା ଭଳି ରୋଗ ଭୋଗିବାକୁ ପଡେ । ଏଣୁ ଏହି ବୟସ ବା ଏହାଠାରୁ ଅଧିକ ବୟସର ମହିଳାମାନେ ଦିନକୁ ଥରୁଟିଏ କ୍ଷୀର ପିଇବା ନିହାତି ଆବଶ୍ୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ