ଲୋକସଭା ରେ ଜାମ୍ମୁକାଶ୍ମୀର ସୁରକ୍ଷା ସର୍ମ୍ପକିତ ତଥ୍ୟ ରଖିଲେ ଗୃହମନ୍ତ୍ରୀ
ଦୁଇଦିନିଆ ଜାମ୍ମୁକାଶ୍ମୀର ଗ୍ରସ୍ତ ସାରି ଦିଲ୍ଲୀ ଫେରିଛନ୍ତି ଗୃହମନ୍ତ୍ରୀ ଅମିତଶାହା । ଫେରିବା ପରେ ଆଜି ଲୋକସଭା ରେ ବିସ୍ତୁତ ବିବରଣୀ ରଖିଛନ୍ତି ଗୃହମନ୍ତ୍ରୀ । ସେ କହିଛନ୍ତି ଜାମ୍ମୁ କାଶ୍ମୀର ବିଧାନସଭା ଭଙ୍ଗ କରାଯାଇଛି । ଚଳିତ ବର୍ଷ ଶେଷ ଆଡକୁ ନିର୍ବାଚନ ଆୟୋଗ ରାଜ୍ୟ ରେ ବିଧାନସଭା ନିର୍ବାଚନ କରିବାକୁ ଚିନ୍ତା କରୁଛନ୍ତି ସେଥିପାଇଁ ଆଉ କିଛି ମାସ ଯାଏଁ ରାଷ୍ଟ୍ରପତି ଶାସନ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ । ସୂଚନା ଥାଉ କି ଜୁଲାଇ ୩ ରୁ ନୂଆ ସମୟ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଶାହା ସୂଚନା ଦେଇଥିଲେ ଯେ ପ୍ରଥମେ ରାଜ୍ୟପାଳ ଶାସନ ଏବଂ ପରେ ସୁରକ୍ଷା କୁ ଆଖି ଆଗରେ ରଖି ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ।


