ସ୍ତ୍ରୀଙ୍କ ଆଶା ପୂରଣ ପାଇଁ ତିଆରି କଲେ ଗିଟାର ଆକାରର ଜଙ୍ଗଲ

ଆର୍ଜେଣ୍ଟିନା, ପମ୍ପାସର୍ ଏକ ଉର୍ବର ଚାଷଜମିରେ ଦେଖିବାକୁ ମିଳେ ଏକ ବିରାଟକାୟ ଗିଟାର ଆକାରର ଜଙ୍ଗଲ । ଜଙ୍ଗଲଟି ୭୦୦୦ରୁ ଊଦ୍ଧ୍ୱର୍ ସାଇପ୍ରେସ୍ ଓ ୟୁକାଲିପଟାସ୍ ଗଛ ଲଗାଯାଇ ତିଆରି କରାଯାଇଛି । ୧ କି.ମିରୁ ଊଦ୍ଧ୍ୱର୍ ଲମ୍ବ ବିଶିଷ୍ଟ ଉକ୍ତ ଜଙ୍ଗଲ ଏରୋପ୍ଲେନ୍ ଓ ସାଟେଲାଇଟ୍‌ରୁ ସ୍ପଷ୍ଟ ଦେଖାଯାଏ । ତେବେ ଏହି ଜଙ୍ଗଲ ସୃଷ୍ଟି ପଛରେ ରହିଛି ଏକ ସୁନ୍ଦର ରୋଚକ କାହାଣୀ । ପେଦ୍ରୋ ମାର୍ଟିନ ଉରେଟା ନାମକ ଜଣେ କୃଷକ(ଯାହାଙ୍କୁ ବର୍ତ୍ତମାନ ୭୧ ବର୍ଷ ବୟସ) ଓ ତାଙ୍କ ଚାରି ସନ୍ତାନ ମିଶି ୩୦ ବର୍ଷ ପୂର୍ବେ ଏହି ଜଙ୍ଗଲ ତିଆରି କରିବା ପାଇଁ ବୃକ୍ଷରୋପଣ କରିଥିଲେ । ପେଦ୍ରୋଙ୍କ ପତ୍ନୀ ଗ୍ରାସିଏଲା ରେଜଜ୍‌ଙ୍କର ଇଚ୍ଛା ଥିଲା ଏମିତି ଏକ ଜଙ୍ଗଲ ତିଆରି କରିବାକୁ । ଦିନେ ସେ ପ୍ଲେନ୍‌ରେ ଗଲାବେଳେ ତଳେ ଏକ କ୍ଷୀରଦୁହାଁ ବାଲ୍‌ଟି ଆକାରର ଚାଷଜମି ଦେଖିବାକୁ ପାଇଥିଲେ । ଏହା ପରେ ସେ ଭାବିଥିଲେ ତାଙ୍କର ପ୍ରିୟ ବାଦ୍ୟଯନ୍ତ୍ର ଗିଟାର ପରି ଏକ ଜଙ୍ଗଲ ତିଆରି କରିବାକୁ । ହେଲେ ହଠାତ୍ ୧୯୭୭ରେ ଏକ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଗଲା । କିଛି ବର୍ଷ ପରେ ପେଦ୍ରୋ ପତ୍ନୀଙ୍କ ଇଚ୍ଛା ପୂରଣ କରିବା ଲାଗି ପିଲାଙ୍କ ସାହାଯ୍ୟରେ ଗିଟାର ଆକୃତିରେ ବୃକ୍ଷରୋପଣ କଲେ । ବର୍ତ୍ତମାନ ଏହା ଗିଟାର ପରି ଦେଖିବାକୁ ଏକ ସବୁଜ ବନାନୀରେ ରୂପାନ୍ତରିତ ହୋଇଗଲାଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ