ଵୈଦିକ ପୂଜା ଉତ୍ସବ ଭାଇଚାରା ସୃଷ୍ଟି କରିଥାଏ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ମାଳଦା ଠାରେ ପିଲା ଗଣେଶ ପୂଜା ଉତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ସାମ୍ବାଦିକ ଦୁର୍ଯୋଧନ ଲେଙ୍କାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ସାଧାରଣ ସଭା ତଥା ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ସମ୍ମାନୀତ ଅତିଥି ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ନିମନ୍ତ୍ରିତ ଅତିଥି ଵିଡିଓ ଦେବଦତ୍ତ ଦାଶ, ବରେଣ୍ୟ ଅତିଥି ଜିଲ୍ଲା ପରିଷଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ,ସମିତି ସଭାପତି ମୁକୁନ୍ଦ ଚରଣ ମଲ୍ଲିକ, ସମିତି ସଭ୍ୟା ରିତାଞ୍ଜଳୀ ସାମଲ, ବରିଷ୍ଠ ନାଗରିକ ନୃସିଂହ ଖିଲାର ପ୍ରମୁଖ ଯୋଗଦେଇ ଵୈଦିକ ପୂଜା ଉତ୍ସବ ଭାଇଚାରା ସୃଷ୍ଟି କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଲଳିତ ରାଉତ, ସାମ୍ବାଦିକ ରାଜେନ୍ଦ୍ର ଶତପଥି, ପ୍ରାକ୍ତନ ସରପଞ୍ଚ ମୋହନ ରାୟ, ହେମନ୍ତ ଜେନା ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିବା ଵେଳେ ପିଲା ଗଣେଶ ପୂଜା କମିଟି କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଭଦ୍ରକ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ରବିନାରାୟଣ ଖିଲାର, ଚିତ୍ର ଶିଳ୍ପୀ କ୍ଷୀରୋଦ ଦାସ, କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବାରିକ,ପିଇଓ ନାରାୟଣ ଚନ୍ଦ୍ର ପଣ୍ଡା ଙ୍କୁ ଅତିଥି ମାନେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ।ଯୁଵ ନେତା ପ୍ରତ୍ୟୁଷ ସାମଲ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିବା ବେଳେ ଭାଗିରଥି ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବକୁ ପୂଜା କମିଟି ସଦସ୍ୟ ସତ୍ୟଜିତ ସାମଲ, ଶ୍ରୀରାମ ଜେନା, କାର୍ତ୍ତିକ ଜେନା,ପରେଶ ଜେନା,ଅରୁଣ ଜେନା, ମହେଶ୍ୱର ଜେନା, ରମାକାନ୍ତ ଜେନା,ସପନ ଜେନା, ଦିଲ୍ଲିପ ଜେନା, ଆଲୋକ ଜେନା,ମାନସ ଜେନା, ଚନ୍ଦ୍ରଶେଖର ଜେନା ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ