ରାଧାଷ୍ଟମୀ ପାଳିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ମାଳଦା ରାଧଗୋଵିନ୍ଦ ଧାମ ଠାରେ ପବିତ୍ର ରାଧାଷ୍ଟମୀ ପାଳିତ ହୋଇଯାଇଛି। ପ୍ରତ୍ୟୁଷରୁ ଧାମରେ ଶ୍ରଦ୍ଧାଳୁ ମାନେ ପହଞ୍ଚି ଗୁରୁ ଭଗବାନ ଏବଂ ପରମ ବ୍ରହ୍ମ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ।ପରେ ପରେ ବୈଦିକ ରୀତିରେ ରାଧା ମା’ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ଅବସର ପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ମହାନ୍ତି, ବିପିନ ଦାସ, କ୍ଷୀରୋଦ ଚନ୍ଦ୍ର ଦାସ,ଭକ୍ତହରି ରାଉତ, ମନୋରଞ୍ଜନ ମହାନ୍ତି, ଆନନ୍ଦ ପଲାଇ, ସୁରେନ୍ଦ୍ର ଦାସ ପରିଚାଳନା କରିଥିଲେ।


