ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଜୟନ୍ତୀ ପାଳିତ
କୁଚିଣ୍ଡା, (ଲିପନ ନାଏକ):ଆଦିବାସୀ ଜନନେତା ,ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକ ଙ୍କ ଜୟନ୍ତୀ ଉତ୍ସବ କୁଚିଣ୍ଡା ଯୁଲେନ୍ ପୋଲ ନିକଟସ୍ଥ ଆଦିବାସୀ ଭବନରେ ପାଳିତ ହୋଇ ଯାଇଛି । ସୁଶ୍ରୀ କ୍ଷତି ପ୍ରଭ ବାଗ ଙ୍କ ସଭାପତିତ୍ବରେ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ଓ ସମଲେଶ୍ଵରୀ ନର୍ସିଂ କଲେଜ ର ମିଳିତ ଆନୁକୁଲ୍ୟ ରେ ଅନୁଷ୍ଠିତ ଏହି ଉତ୍ସବ ରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସହିଦ ଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ ।କଲେଜ୍ ର ପ୍ରଶାସନିକ ଅଧିକାରୀ ରଶ୍ମି କାନ୍ତ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପରିଷଦ ର ଉପ ସଭାପତି ରମେଶ ପଧାନ ସ୍ୱାଗତ ଭାଷଣ ପ୍ରଦାନ ଓ ଛାତ୍ରୀ ଫୁଲ ମନି କିଶନ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଲୋଚନା ଚକ୍ର ପୂର୍ବରୁ ଦୀପାଞ୍ଜଳି ପଧାନ,ଅନିମା ମାଝୀ, ସୁପ୍ରଭା ବାଗ,ଅଙ୍କିତା ନାଏକ,ଲିପି କିଶାନ ପ୍ରମୁଖ ସ୍ୱାଗତ ସଙ୍ଗୀତରେ ଦେଶପ୍ରେମ ସଙ୍ଗୀତ ଗାନ କରିଥିଲେ ।ଶେଷରେ ସୁଶ୍ରୀ ଲିପି ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।


