ଶାଳ ସାଇଜ କାଠ ବୋଝେଇ ପିକ ଅପ୍ ଭ୍ୟାନ ଜବତ, ଚାଳକ ଫେରାର

କଳାହାଣ୍ଡି,(ୱାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ବ୍ଳକର ଉରଲାଦାନୀ ଠାରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ ଚୋରା ଶାଳ ସାଇଜ କାଠ ବୋଝେଇ ପିକ ଅପ୍ ଭ୍ୟାନ କୁ ଜବତ କରିଛି ଏମ୍.ରାମପୁର ବନ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ସ୍ଥାନୀୟ ଚାରିଛକ ଠାରେ ଜଗିଥିବା ବେଳେ ଗାଡ଼ି ଚାଳକ ବନ ବିଭାଗ କର୍ମଚାରୀକୁ ଦେଖି ଦୃତ ଗତିରେ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ବନ ବିଭାଗ କର୍ମଚାରୀ ତାକୁ ପିଛା କରି ନିକଟସ୍ଥ ବଂଧପଡା ଗାଁ ନିକଟରେ ଗାଡିକୁ ଅଟକାଇଥିଲେ । ହେଲେ ଚଳନ୍ତା ଗାଡ଼ିରୁ ଚାଳକ ଫେରାର ହୋଇଯାଇଛି । ପରେ ଗାଡ଼ିରେ ଥିବା ୮୫ ଖଣ୍ଡ ଶାଳ ସାଇଜ କାଠ ଜବତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ