ବିଜେଡିର ପୁରୁଣା କର୍ମୀ ଅନନ୍ତଙ୍କ ବିୟୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ବିଜୁ ଜନତା ଦଳର ଜଣେ ପୁରୁଖା କର୍ମୀ ତଥା କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ମରଡପୁର ଗ୍ରାମର ଅନନ୍ତ ଚରଣ ସାହୁ ଓରଫ କାଳିଆଙ୍କର ୪୫ବର୍ଷ ବୟସରେ ଅକାଳ ବିୟୋଗ ହୋଇଯାଇଛି । ସ୍ୱର୍ଗତ ଅନନ୍ତ ଦୁହୁରିଆ ବଜାର କମିଟିର ପୂର୍ବତନ ସଭାପତି ଥିଲେ । ତାଙ୍କ ବିୟୋଗରେ ସ୍ଥ୍ରାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କାଳିଆ ଅବିବାହିତ ଥିଲେ । କାଳିଆ କିଛିଦିନ ହେବ ଅସୁସ୍ଥ ଥାଇ ଭୁବନେଶ୍ୱରର ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କର ବିୟୋଗ ହୋଇଯାଇଛି । ତାଙ୍କ ବିୟୋଗରେ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ, ମନ୍ତ୍ରୀ ପ୍ରତାପ କେଶରୀ ଦେବ, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ପୂର୍ବତନ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ବିଜେଡି ସାଂଗଠନିକ ସମ୍ପାଦକ ରଞ୍ଜିତ ସାହୁ, ପୂର୍ବତନ ନଗରପାଳ ଧିରେନ ସାହୁ, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା ପ୍ରମୁଖ ଶୋକବ୍ୟକ୍ତ କରିବା ସହିତ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ