ଶିଶୁଙ୍କ ପାଇଁ ଦିନଟିଏ କେନ୍ଦ୍ରାପଡା ଜିଲ୍ଲାରେ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଶିଶୁ ପାଇଁ ଦିନଟିଏ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ ଓ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ବୈଠକକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ଶ୍ରୀମତୀ ସେଠୀ ଜିଲ୍ଲାରେ ଶିଶୁମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ବିଭିନ୍ନ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ସାମଲ ଅବହେଳିତ ଶିଶୁମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଆଗାମୀ ଦିନରେ କିପରି ସୁନାଗରିକ ହୋଇପାରିବେ ଓ ଜିଲ୍ଲାରେ ଶିସୁ ଭିକ୍ଷାବୃତ୍ତି, ଶିସୁ ଶ୍ରମିକ, ବାଲ୍ୟ ବିବାହ ଇତ୍ୟାଦି କିପରି ରୋକାଯାଇପାରିବ ସେଥିପାଇଁ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ତୀକ୍ଷଣ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ଆହୁରି ମଧ୍ୟ ଖୁବଶୀଘ୍ର ଜିଲ୍ଲାର ସମସ୍ତ ବ୍ଲକରେ ଶିଶୁମାନଙ୍କ ପାଇଁ ବ୍ଲକ ସ୍ତରୀୟ କମିଟି ଓ ପଞ୍ଚାୟତ ସ୍ତରୀୟ କମିଟି ଗଠନ କରିବାକୁ ନିର୍ଦେଶ ଦେଇଥିଲେ । ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ବୈଠକରେ ସଂଯୋଜନା କରିବା ସହିତ ପ୍ରାରମ୍ଭିକ ସୂଚନା ଦେଇ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମକର୍ତ୍ତାମାନଙ୍କୁ ସ୍ୱାଗତ କରିଥିଲେ । ଏହି ବୈଠକରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିତା ପଟ୍ଟନାୟକ, ଜିଲ୍ଲା ଶ୍ରମ ଅଧିକାରୀ ହରପ୍ରିୟା ନାୟକ ପ୍ରମୁଖ ଶିଶୁମାନଙ୍କ ଉପରେ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ବିଭିନ୍ନ ବିଭାଗରେ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନ ସମ୍ପର୍କରେ ଆଲୋଚନା ରଖିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଶାଖାର ଆନୁଷ୍ଠାନିକ ଅଧିକାରୀ ବାଦଲ ଦାଶ ଜିଲ୍ଲାରେ ଶିଶୁମାନଙ୍କ ହିତ ପାଇଁ କାର୍ଯ୍ୟକାରୀ ହୋଇଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍ଥିତି ଉପରେ ବିବରଣୀ ଉପସ୍ଥାପନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଶାଖାର ଆଇନ ସହାୟକ ଅଧିକାରୀ ବିବେକାନନ୍ଦ ଅତବୁଦ୍ଧି ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ ବିଷୟରେ ବିଷଦ ଭାବେ ଉପସ୍ଥାପନା କରିଥିଲେ । ବୈଠକରେ ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ ମହାରାଜ, ମାର୍ଶାଘାଇ ବ୍ଲକ ଅଧ୍ୟକ୍ଷା ମଧୁସ୍ମିତା ସାମଲ, ମହାକାଳପଡା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶଙ୍କର ଜେନା, ଶିଶୁ ମଙ୍ଗଳ ସମିତି ସଦସ୍ୟା ସ୍ମିତାଞ୍ଜଳି ମହାପାତ୍ର, ଲଳିତାଞ୍ଜଳି ଦାସ, କିଶୋର ଚନ୍ଦ୍ର ସ୍ୱାଇଁ, ନରୋତ୍ତମ ପଟ୍ଟନାୟକ, କିଶୋର ନ୍ୟାୟ ପରିଷଦ ସଭ୍ୟସଭ୍ୟା, ସମସ୍ତ ବ୍ଲକ ଶିଶୁ ବିକାଶ ଅଧିକାରୀ, ସାମାଜିକ କର୍ମୀ ବିରଜା ପ୍ରସାଦ ପତି, ଶ୍ରୀକାନ୍ତ ନାୟକ, ଉଦୟନାଥ ବେହେରା, ଅମିତରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଶାଖାର କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ମଲିକ, କନକଲତା ବେହେରା, ପ୍ରମୋଦ କୁମାର ସେନାପତି, ଶୁଭଲିପ୍ସା ବାରିକ, ଉଷାରାଣୀ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ